STORYMIRROR

Prashanta Padhan

Abstract

2  

Prashanta Padhan

Abstract

ପ୍ରେମିକ ମୁଁ କବିତାର

ପ୍ରେମିକ ମୁଁ କବିତାର

1 min
224

କବିତା ସାଥିରେ ପ୍ରଥମ ଦେଖାରେ

ହୋଇଗଲି ବୋଧେ କବି

କବିତା ଲେଖିବା ଆରମ୍ଭ ହୁଏ ମୋ

କବିତାର କଥା  ଭାବି

କବିତାରେ ଯେତେ କବିତାର କଥା

ରହିଥାଏ ସବୁ  ଲୁଚି

କବିତାକୁ ଛାଡ଼ି କବିତା ଯେ ମୋର

ପାରିବନି କେବେ ବଞ୍ଚି 

କବିତାର ସେଇ କଳ୍ପନା ଭିତରେ

କବିତାର ରୂପ ଭାସେ

କବିତାର  ପୁଣି ପ୍ରତିଟି ଛନ୍ଦରେ

କବିତାର ନାଆଁ ଆସେ 

କବିତା ମୋ ପାଇଁ ପ୍ରେରଣାର ଉତ୍ସ

କବିତା ମୁଁ ଲେଖିବାରେ

କବିତା ବସାଏ କବି ଆସନରେ

କବିତାର ପ୍ରଚେଷ୍ଟାରେ 

କବିତା ଠାରୁ ମୋ କବିତାର ସୃଷ୍ଟି

ନିଶ୍ଵାସରେ ମୋ କବିତା

କବିତା ସାଜିଛି ଜୀବନରେ ମୋର

ବଡ଼  ଏକ  ଦୁର୍ବଳତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract