ପ୍ରେମିକ ମୁଁ କବିତାର
ପ୍ରେମିକ ମୁଁ କବିତାର
କବିତା ସାଥିରେ ପ୍ରଥମ ଦେଖାରେ
ହୋଇଗଲି ବୋଧେ କବି
କବିତା ଲେଖିବା ଆରମ୍ଭ ହୁଏ ମୋ
କବିତାର କଥା ଭାବି
କବିତାରେ ଯେତେ କବିତାର କଥା
ରହିଥାଏ ସବୁ ଲୁଚି
କବିତାକୁ ଛାଡ଼ି କବିତା ଯେ ମୋର
ପାରିବନି କେବେ ବଞ୍ଚି
କବିତାର ସେଇ କଳ୍ପନା ଭିତରେ
କବିତାର ରୂପ ଭାସେ
କବିତାର ପୁଣି ପ୍ରତିଟି ଛନ୍ଦରେ
କବିତାର ନାଆଁ ଆସେ
କବିତା ମୋ ପାଇଁ ପ୍ରେରଣାର ଉତ୍ସ
କବିତା ମୁଁ ଲେଖିବାରେ
କବିତା ବସାଏ କବି ଆସନରେ
କବିତାର ପ୍ରଚେଷ୍ଟାରେ
କବିତା ଠାରୁ ମୋ କବିତାର ସୃଷ୍ଟି
ନିଶ୍ଵାସରେ ମୋ କବିତା
କବିତା ସାଜିଛି ଜୀବନରେ ମୋର
ବଡ଼ ଏକ ଦୁର୍ବଳତା