STORYMIRROR

Prashanta Padhan

Romance

4  

Prashanta Padhan

Romance

ପ୍ରେମ ଗୋଲାପ

ପ୍ରେମ ଗୋଲାପ

1 min
600


ଏ  ଦେହର ସବୁ ଶିରାପ୍ରଶିରାରୁ 

କାଢ଼ିନେଇ ରକ୍ତବିନ୍ଦୁ

ନାଲି ଗୋଲାପର ଆକୃତିରେ ସାଥି

ଗଢ଼ିବି ପ୍ରେମର ସିନ୍ଧୁ ।।

ପ୍ରେମ ଉଦ୍ୟାନରେ ପ୍ରେମର ପ୍ରତୀକ

ନିଅଣ୍ଟ ଯଦି ହୋଇବ

ରୁଧିରକୁ ବୋଳି ଏଇ ଦେହ ମୋର

ଗୋଲାପଟିଏ ସାଜିବ ।।

ଆଖିପତା ହେବ ଫୁଲର ପାଖୁଡ଼ା

ପଡ଼ିବନାହିଁ  ପଲକ

ଗୋଲାପ ହେବାକୁ ରକ୍ତର କ୍ଷରଣ

ହେଉଥିବ ଦେହଯାକ ।।

ସତେଜ ହୋଇବ ଏ ଦେହ ଗୋଲାପ

ହୋଇ ସେ ରକ୍ତରଂଜିତ

ଉପହାର  ହୋଇ  ତୁମ ସମ୍ମୁଖରେ

ଝରେଇବ ପ୍ରେମସ୍ରୋତ।।

ଦେହରୂପୀ  ଏଇ ରକ୍ତ ଗୋଲାପକୁ

ସ୍ଥାନଦେବ ହୃଦୟରେ

କଣ୍ଟାର ଆଘାତ ଦେବିନାହିଁ କେବେ

ସାଥି ତୁମ ଜୀବନରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance