STORYMIRROR

Jitendra Sahu

Romance

3  

Jitendra Sahu

Romance

ପ୍ରେମ

ପ୍ରେମ

1 min
402

ପ୍ରେମ କେବେହେଲେ ପାପ ହୁଏନାହିଁ

   ପବିତ୍ର ପୁଣ୍ୟର ଧାରା

ପ୍ରେମ ବଳରେ ହିଁ ତିଷ୍ଠି ରହିଅଛି

   ସବୁଜ ସୁନ୍ଦର ଧରା!

ପ୍ରେମ ଏମିତିକା ମିଠା ଅନୁଭବ 

  ଉପମା ଯାହାର ନାହିଁ

ଅଢ଼େଇ ଅକ୍ଷର ନୁହଁ ଖାଲି ସିଏ

  ଜୀବନ ଲୁଚିଛି ତହିଁ!

ପ୍ରେମ ଯଦି ଅଛି ସୌନ୍ଦର୍ଯ୍ୟ ବି ଅଛି

   ଲାଗନ୍ତି ସର୍ବେ ସୁନ୍ଦର

ପ୍ରେମ ଯେ ନଥିଲେ ଆକର୍ଷଣ ନାହିଁ

   ଜ୍ୟୋତି ବି ଲାଗେ ଅନ୍ଧାର!

ପ୍ରେମକୁ କରନି ପାପରେ ହେ ଗଣା

   ସବୁ ହେଇଯିବେ ପାପି

ପାପର କଳଙ୍କ ପ୍ରେମରେ ବୋଳନ୍ତି

   ଯାହା କେତେ ବହୁରୂପୀ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance