STORYMIRROR

Jitendra Sahu

Others

3  

Jitendra Sahu

Others

ନବଦୁର୍ଗା

ନବଦୁର୍ଗା

1 min
27K


ନଅ ଦିବସରେ ନଅଟି ରୂପରେ

ନବଦୁର୍ଗା ମେଲି ଭୁଜା,

ନ୍ୟାୟକୁ ସ୍ଥାପିବେ ନବୀନ କିରଣେ

ନବରାତ୍ରେ ପାଇ ପୂଜା,,(0)

ବରଦା ଅଭୟା ସେ ମା' ମହାମାୟା

ଅପାର କରୁଣାମୟୀ,

ଦୁଃଖିଙ୍କର ଦୁଃଖ ଭକତଙ୍କ ଡାକ

ଶୁଣେ ଯୁଗ ଯୁଗ ପାଇଁ,,(୧)

ଦମନ କରେ ସେ ଦୈତ୍ୟ ପ୍ରକୃତିକୁ

ଦୟାମୟୀ ତାର କୋପେ,

ପ୍ରଥମ ସ୍ଵରୂପା ପୂଜା ପାଏ ତେଣୁ

ଶୈଳପୁତ୍ରୀଙ୍କର ରୂପେ,,(୨)

ଉଦ୍ଧାରକାରିଣୀ ମା' ବ୍ରହ୍ମଚାରିଣୀ

ପୂଜିତ ଦ୍ଵିତୀୟ ଦିନେ,

ତୃତୀୟ ଦିବସେ ଉଗ୍ରରୂପ ଦେବୀ

ଚିତ୍ରଘଣ୍ଟା ପୂଜା ସ୍ଥାନେ,,(୩)

ରମଣୀୟ ରୂପେ ଚତୁର୍ଥ ଦିବସେ

କୁଷ୍ମାଣ୍ଡା ଦେବୀ ମାତା,

ପଞ୍ଚମ ଦିନରେ ପୂଜା ମଣ୍ଡପରେ

ସିଂହପରେ ସ୍କନ୍ଦମାତା,,(୪)

ଗର୍ବ ଅହଂକାର କରନ୍ତି ଯେ ଦୂର

ଷଷ୍ଠଦିନେ କାତ୍ୟାୟନୀ,

ବିକଟାଳ ରୂପେ ସପ୍ତମ ଦିବସେ

ମା'କାଳରାତ୍ରୀ ଭବାନୀ,,(୫)

ଆନନ୍ଦ ମନରେ ଅଷ୍ଟମ ଦିନରେ

ପୂଜାପାନ୍ତି ମହାଗୌରୀ,

ନବମ ଦିବସେ ଉପାସନା ସିଦ୍ଧେ

ସିଦ୍ଧିଦାତ୍ରୀ ମା' କୌମାରୀ,,(୬)

ନଅଦିନ ଧରି ପୂଜାବିଧି କରି

କରାଯିବ ଆବାହନ,

ସଂପୂର୍ଣ୍ଣ ହୋଇଲେ ଦଶଦିନ ପରେ

ଘଟ ହେବେ ବିସର୍ଜ୍ଜନ,,(୭)


ଜିତେନ୍ଦ୍ର ସାହୁ

ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


Rate this content
Log in