STORYMIRROR

Jitendra Sahu

Tragedy

3  

Jitendra Sahu

Tragedy

କୋଉଠି ରହିଛୁ ଯାଇ

କୋଉଠି ରହିଛୁ ଯାଇ

1 min
12.6K


ଖୋଜିବୁଲି ତତେ ଡାକୁଛି ମୁଁ କେତେ
କୋଉଠି ରହିଛୁ ଯାଇ,
ମାଆ ମୋର ମାଆ ଫେରି ତୁଲୋ ଆ
ଜନ୍ମଦାତ୍ରୀ ସ୍ନେହମୟୀ,,(୧)
ଅନେକ ଜାଗାରେ ଖୋଜିଲି ଧରାରେ
ଦେଖିଲିନି ତୋର ଛବି,
କେମିତି ତୋ ରୂପ କମିତିକା ମୁଖ
ଦିନ ଯାଏ ଭାବିଭାବି,,(୨)
ଫୁଲ ଠୁ ପବନ ନଦୀ ଠୁ ସପନ
ପାହଡରୁ ଗଛଲତା,
ଥରଥର କରି ନେତ୍ରେ ଲୁହ ଭରି
ପଚାରିଛି ତୋ ବାରତା,,(୩)
ଆକାଶକୁ ଚାହିଁ ମନକଥା କହି
କେତେ ମୁଁ କରିଛି ଅଳି,
ମାଆ ମୁଖ ଥରେ ତାଙ୍କରି ବକ୍ଷରେ
ଆଙ୍କିବାକୁ ଧରି ତୂଳି,,(୪)
ନିରାଶା ବିଫଳ ହୋଇନି ସଫଳ
କିଏ ଶୁଣୁନାହିଁ କଥା,
ତତେ ଦେଖିବାକୁ କୋଳେ ଶୋଇବାକୁ
କେତେ ମୁଁ ପାଉଛି ବ୍ୟଥା,,(୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy