STORYMIRROR

Jitendra Sahu

Others

3  

Jitendra Sahu

Others

"ମମତାର ପୂଜା ଫୁଲ"

"ମମତାର ପୂଜା ଫୁଲ"

1 min
26.6K


ଦୁନିଆରେ ସତେ ଡାକ ଅଛି ଯେତେ
ସବୁଠାରୁ ଶ୍ରେଷ୍ଠ ମାଆ,
ଡାକିଦେଲେ ଥରେ ଓଠୁ ମହୁ ଝରେ
ଏତେ ମିଠା ତାର ନାଆଁ,,।।
ସର୍ବତ୍ର ପୂଜିତା ଅଟେ ଅଯାଚିତା
ପ୍ଲାବିତ ତା ପରିଚୟ ,
ସରଳ ସୁନ୍ଦର ରୂପଟି ତାହାର
ଲାଗେ ସଦା କମନୀୟ ,,।।
ସ୍ନେହ ସୁଧାମୟୀ ସେ ବାତ୍ସଲ୍ୟମୟୀ
ନାହିଁ ତା' କପଟ ଛନ୍ଦ,
ଲାଗଇ ସୁନ୍ଦର ଘର ବି ମନ୍ଦିର
ପଡିଲେ ତା' ଲକ୍ଷ୍ମୀ ପାଦ,,।।
କେ ପର ଆପଣା ଦୁରେ ପ୍ରତାରଣା
ସଭିଙ୍କୁ କୋଳେଇ ନିଏ,
ସ୍ରଷ୍ଟାଙ୍କ ସୃଷ୍ଟିର ନିଆରା ନିର୍ଝର
ଆକାଶ ମଥା ନୂଆଁଏ,,।।
ଅସହ୍ୟ ଯାତନା ନୁହେଁ ଆନମନା
ଲୁଚେଇ ଅନ୍ତରେ ବ୍ୟଥା,
ଚାପି ରଖି କୋହ ପିଇ ସବୁ ଲୁହ
ହସି ହସି କହେ କଥା,,।।
ଦୟା ଓ କ୍ଷମାର ନିସ୍ବାର୍ଥ ପ୍ରେମର
ବିଶାଳ ସାଗର ସିଏ,
ତ୍ୟାଗର ମୂରତି କରୁଛି ପ୍ରଣତି
ତା' ପରି ନୁହଁଇ କିଏ ?।।
ସୁଝି ହେବନାହିଁ ଯୁଗ ଯୁଗ ପାଇଁ
ଋଣ ତା ଅମୂଲ ମୂଲ,
ମାଆ ରୂପେ ସିଏ ଠାକୁରାଣୀ ଟିଏ
ମମତାର ପୂଜା ଫୁଲ,,।।

ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା,ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍