STORYMIRROR

Jitendra Sahu

Others

3  

Jitendra Sahu

Others

ଫୁଲପରି ଲାଗ ତାଜା

ଫୁଲପରି ଲାଗ ତାଜା

1 min
14K


ସଜେଇ ଦେଲେ ଗୋ ସଜନୀ ତମକୁ

ଫୁଲ ପରି ଲାଗ ତାଜା,

ଛୁଇଁଲେ ଥରେ ଗୋ ଚାନ୍ଦିନୀ ତମକୁ

ଚାନ୍ଦକୁ ପଡେନା ଖୋଜା ।।

ଫୁଲପରି ତମେ ଭାରି ସୁକୁମାରୀ

ଭରିଛି ଯୌବନ ବାସ୍ନା,

ଅଧର ପାଖୁଡା କୋମଳ କଳିକା

ଦେଖିଲେ ବଢଇ ତୃଷ୍ଣା,

ଫୁଲ ରାଣୀ ତମେ ଫୁଲେଇ ମୋ ପ୍ରିୟା

ମୁଁ ତମ ଭଅଁର ରାଜା,

ସଜେଇ ଦେଲେ ଗୋ ସଜନୀ ତମକୁ

ଫୁଲ ପରି ଲାଗ ତାଜା ।।

ଚାନ୍ଦର ଟୁକୁଡା ତମର ମୁଖୁଡା

ସବୁ ରୂପସୀ ଠୁ ଚିହ୍ନା,

କାମାସକ୍ତ ଠାଣି ପ୍ରେମ ବୀଜ ବୁଣି

ଝରାଏ ଶୀତଳ ଜ୍ୟୋସ୍ନା,

ଚନ୍ଦ୍ରମୁଖୀ ତମ ପ୍ରେମରେ ମୁଁ ଭିଜି

ଲାଗୁଅଛି ଭାରି ମଜା,

ଛୁଇଁଲେ ଥରେ ଗୋ ଚାନ୍ଦିନୀ ତମକୁ

ଚାନ୍ଦକୁ ପଡେନା ଖୋଜା ।।

ଜିତେନ୍ଦ୍ର ସାହୁ

ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍