STORYMIRROR

Jitendra Sahu

Inspirational Others

3  

Jitendra Sahu

Inspirational Others

କଲମ

କଲମ

1 min
13.3K


କାଗଜର ସାଥି କବିର ସମ୍ପତି

ପ୍ରେମୀର ପ୍ରୀତି ମଲମ

କେବେ ଭରେ କ୍ଷୁଧା କେବେ ଢାଳେ ସୁଧା

ନାଆଁଟି ତାର କଲମ ।।

ନୁହଁ ସିଏ ଅସ୍ତ୍ର କଲମଟେ ମାତ୍ର

ଡରେ କିନ୍ତୁ ସଦା ଶତ୍ରୁ,

କଲମ ମୂନର ବିପ୍ଳବର ସ୍ବର

ବାନ୍ଧିପାରେ ବୋଲି ସେତୁ  ।।

ବିଦ୍ୟାର୍ଥୀଙ୍କ ଠାରେ ଶୋଭା ବୃଦ୍ଧିକରେ

କଲମ ହିଁ ହସ୍ତେ ରହି,

ମଣିଷ କାର୍ଯ୍ୟରେ ଅଙ୍ଗାଙ୍ଗିଭାବରେ

ଥାଏ ମଧ୍ୟ ଯୋଡି ହେଇ ।।

କଲମର କାଳୀ ଏତେ ଶକ୍ତିଶାଳୀ

ଛାଟି କରେ ସଦା ତର୍କ,

ଅନାବନା ଶବ୍ଦ ନେଇ ନୂଆଁ ଭାବ

ଗଢେ କବତା କୋଣାର୍କ ।।

ଜିତେନ୍ଦ୍ର ସାହୁ

ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ


Rate this content
Log in

Similar oriya poem from Inspirational