STORYMIRROR

Jitendra Sahu

Tragedy

3  

Jitendra Sahu

Tragedy

ନ' ଚିହ୍ନୁ ସେ ପୁଅ ବୋଲି

ନ' ଚିହ୍ନୁ ସେ ପୁଅ ବୋଲି

1 min
14K


ଦେଖିନି ବୋଲି ମୁଁ ଜନମ ବେଳରୁ
ମାଆ ସ୍ନେହମୟୀ ରୂପ,
ଭାବୁଅଛି ଆଜି ସତରେ କେମିତି
ଦିଶୁଥିବ ତାର ମୁଖ,,।।
ଦଶମାସ ଦଶଦିନ ଗର୍ଭେ ଧରି
ଭୋଗିଥିବ ଯେଣୁ କଷ୍ଟ,
ତା ସନ୍ତାନ ହୋଇ କର୍ତ୍ତବ୍ୟକୁ ମୁହିଁ
କରିପାରୁନାହିଁ ସ୍ପଷ୍ଟ,,।।
ଜନମ ପରଠୁ ହୁଏତ ନିଜଠୁ
ଦୁରେଇ ଦେଇଛି ମତେ,
ହେଲେ ମାଆ ସିଏ ମୁଁ ଯେ ତାର ପୁଅ
ଦୂରତା ଥିଲେ ବି ଯେତେ,,।।
ଦେଖୁଛି ସଂସାରେ ମାଆ ଠାରୁ ଦୂରେ
ପାରନ୍ତିନି କେହି ରହି,
ଲୋଡାପଡେ ସଦା ମାଆର ମମତା
ମତେ କିନ୍ତୁ ମିଳି ନାହିଁ,,।।
ଦୁଃଖ ନାହିଁ ମନେ ସେ କେଉଁ କାରଣେ
ନେଇଥିବ ଏ ନିଷ୍ପତି,
ପଚାରିନି ଆଜି କାଲି ମଧ୍ୟ ନୁହଁ
କରିବିନି ବି ଆପତ୍ତି,,।।
ଜନମ ଦେଇକି ଦେଇଅଛି ସିଏ
ଜୀବନ ମୋ ଉପହାର,
ଏ ସବୁକୁ ମଧ୍ୟ ଭାବିନେବି ମୁଁ ଯେ
ମୋ ମାଆର ପୁରସ୍କାର,,।।
ହେ ସୃଷ୍ଟିର ସ୍ରଷ୍ଟା ନୁହାଇ ମୋ ମଥା
ଏତିକି ମାଗୁଛି ଖାଲି,
ଦିଅନ୍ତୁ ଚିହ୍ନାଇ ମାଆ ମୋର କେହି
ନ ଚିହ୍ନୁ ସେ ପୁଅ ବୋଲି,,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy