STORYMIRROR

Jitendra Sahu

Inspirational

3  

Jitendra Sahu

Inspirational

ସିଏ ହିଁ ପ୍ରକୃତ ବନ୍ଧୁ

ସିଏ ହିଁ ପ୍ରକୃତ ବନ୍ଧୁ

1 min
27K


ଜୀବନ ପଥରେ ଅନେକ ସତରେ

ବନ୍ଧୁ ଯେ ହୁଅନ୍ତି ଭେଟ,

କେମିତିକା କିଏ ଜାଣିବାକୁ ହାଏ

ଖୋଜିବାକୁ ପଡେ ବାଟ,,।।

ପ୍ରକୃତ ବନ୍ଧୁକୁ ଆଖି ଚିହ୍ନିବାକୁ

ବେଳେବେଳେ ଖାଏ ଧୋକା,

ବିଶ୍ବାସକୁ ଜିତି ବିଷ ମଞ୍ଜି ପୋତି

କରି ଯାଇଥାନ୍ତି ଏକା,,।।

ସୁଖରେ ଦୁଃଖରେ ରହେ ଯେ ସାଥିରେ

ସିଏ ହିଁ ପ୍ରକୃତ ବନ୍ଧୁ,

ସିଏ ଥିଲେ ସାଥେ ଡେଇଁ ହୁଏ ସତେ

ତେର ନଈ ସାତ ସିନ୍ଧୁ,,।।

ଉଚ୍ଚ ନିଚ୍ଚ ଭାବ ଅହଂକାର ଗର୍ବ

ରହେନି ସେ ବନ୍ଧୁ ମନେ,

ସ୍ବାର୍ଥ ଦେଖେନାହିଁ ସର୍ତ୍ତ ରଖେନାହିଁ

ପାଇବାକୁ ପ୍ରତିଦାନେ,,।।

ନିର୍ମଳ ହୃଦୟୁ ହୋଇ ପ୍ରାଣବାୟୁ

ବନ୍ଧୁ ସାଥେ ସଦା ରହେ,

ସମସ୍ତ ଯେ ଜାଣୁ ବନ୍ଧୁ ପ୍ରେମ ତେଣୁ

ସର୍ବତ୍ର ବିଜୟୀ ହୁଏ,,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational