STORYMIRROR

Manoja kumar Pattnayak

Inspirational

3  

Manoja kumar Pattnayak

Inspirational

ବିରହ ନିଆଁ

ବିରହ ନିଆଁ

1 min
207

ସ୍ମୃତିକୁ ସାଉଁଟି ଭାବୁଥାଏ ବସି

ପ୍ରିୟ ପ୍ରିୟତମା କଥା

ସେ ଯଦି ପାଖରେ ରହିଥାନ୍ତା ଏବେ

ମୋ ସାଥେ କରନ୍ତା ଥଟ୍ଟା


ପ୍ରିୟା ସିନା ନାହିଁ ଅଛି ତାର ସ୍ମୃତି

ଜାଳେ ମତେ ରାତି ଦିନ

ସେଥିପାଇଁ ପରା ଫେସବୁକ୍ ଖୋଲି

     ବସିଥାଏ ସବୁ ଦିନ

ତୁମରି ବାଟକୁ ଚାହୁଁ ଚାହୁଁ ପ୍ରିୟା

ଦିନ ଯାଇଥାଏ ବିତି

ବିରହ ନିଆଁରେ ଜଳି ଜଳି ପରା

     ହଜିଯାଏ ଦିନ ରାତି

ମୁଁ ସିନା ଜଳୁଚି ବିରହ ନିଆଁରେ

ସାଉଁଣ୍ଟା ସ୍ମୃତିକୁ ନେଇ

ତୁମେ କି ବୁଝିବ ହୃଦୟ ବେଦନା

     ଝୁରୁ ଥାଏ ତୁମ ପାଇଁ

ତୁମ ବିନା ପ୍ରିୟା ହୃଦୟ ବୁଝେନା

ମନ ମୋ ମାନେନା ଜମା

ତୁମରି ପାଖରେ ଆରମ୍ଭ ହୋଇଛି

    ଶେଷ ହେବ ନାହିଁ ଜମା

ମଶାଣି ଜୁଇରେ ମିଶିବା ଯାଏଁ ମୁଁ

ତୁମକୁ ହିଁ ଝୁରୁଥିବି

ତୁମେ ଯଦି ମୋତେ ନ ଭାବିବ ପ୍ରିୟା

     ତୁମକୁ ମୁଁ ଭାବୁ ଥିବି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational