STORYMIRROR

Manoja kumar Pattnayak

Abstract Action Classics

4  

Manoja kumar Pattnayak

Abstract Action Classics

ମନର ବେଦନା

ମନର ବେଦନା

1 min
340

କେତେ ଭଲ ପାଏ

ପ୍ରିୟା ତୁ ଜାଣୁନାତୋତେ

ମୋ ମନର କଥା ସବୁ 

ତୋତେ କି ଅଜଣା

ଭଲ ପାଉ ଥିଲୁ ମୋତେ

କରିତୁ ଛଳନା

ସାଥି ଟିଏ ଥିଲୁ ବୋଲି 

ଦେଲୁ ପତାରଣା....।


ବାଟ ବଣା ସାଥିଟିଏ

ବାଟ ଭୁଲି ଗଲି

ତୋ ପ୍ରେମରେ ଆଜି 

ଏହି ଦୁନିଆ ଛାଡିଲି

ଦୁନିଆକୁ ପର ଭାବି 

କରିଲି ନିଜର

କେମିତି ଭୁଲିବି ତୋତେ

ତୁ ଥିଲୁ ନିଜର ।


ମୋ ଜୀବନେ ଥିଲୁ ତୁହି 

ପ୍ରଥମ ସାଥି ଟେ

ପାଇବିନି କେବେ ଆଉ

ତୋ ପରି ମିତଟେ

ଜୀବନଠୁ ବେଶି ତୋତେ 

ଭଲ ପାଇ ଥିଲି

ଧୋକା ଦେଇ ଯିବୁ ବୋଲି 

ଭାବି ମୁଁ ନ ଥିଲି ।


ମୋତେ ସିନା ପର କରି

ଛାଡ଼ି ଚାଲି ଗଲୁ

ତୋ ଜୀବନୁ ପ୍ରିୟା ମୋତେ

ଦୂରେଇ ତୁ ଦେଲୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract