Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoja kumar Pattnayak

Others

3  

Manoja kumar Pattnayak

Others

ଶୀତ ସକାଳ

ଶୀତ ସକାଳ

1 min
158


ଧରାରେ ବଢ଼ିଲା ଶୀତର ପ୍ରଭାବ 

ଝରଇ ମୁକୁତା କାକର 

କେରି କେରି ଧାନ ଖଳାରେ ହସଇ 

ଆସିଯିବ ପରା ମକର । 


ପଖାଳ ତୋରାଣି ମନ ଚାହୁଁନାହିଁ 

ପାଗ ଲାଗେ ଭାରି ହେମାଳ 

ମାଘ ମାସ ଶୀତ ବାଘ ପରି ଆସେ 

ନିଆଁପୁଆଁ ପାଖେ ଗହଳ । 


ପିଲାଠାରୁ ବୁଢ଼ା ସଭିଏଁ ଖୋଜନ୍ତି 

ଚାଦର ରେଜେଇ କମ୍ବଳ 

ଚାଷୀ ବାପୁଡ଼ାକୁ ଫୁରସତ କାହିଁ 

କରଇ ଫସଲ ଅମଳ । 


ରାତିର ବଢ଼ତି କମିଯିବ ଆପେ 

ଦିନ ଗଡ଼ି ହେବ ବକର 

ସେନେହ ସରାଗ ଗୁଡ଼ିଉଡ଼ା ପର୍ବ 

ଆସିଯିବ ଏବେ ମକର ।


Rate this content
Log in