STORYMIRROR

Manoja kumar Pattnayak

Abstract Others

4  

Manoja kumar Pattnayak

Abstract Others

ଗଣେଷ ବନ୍ଦନା

ଗଣେଷ ବନ୍ଦନା

1 min
262

ପାର୍ବତୀ ନନ୍ଦନ ଆହେ ଗଜାନନ

ଦେବ ସୂତ ଗଣ ନାଥ

ତୁମ ପାଦ ତଳେ ପୁଷ୍ପ ଅର୍ପୁଚିହେ

ଘେନ ମୋର ଦଣ୍ଡ ବତ

ତୁମ ପାଖେପରା ବିଦ୍ୟାର ଭଣ୍ଡାର

ରହି ଅଛି ଗଜାନନ

ତୁମଠାରୁ ଟିକେ କରୁଣ ଦିଅ ହେ

ଲୋଡା ନାହିଁ ଧନ ଜନ

ଆହେ ଲମ୍ବୋଦର କରୁଣା ସାଗର

କରୁଣା ଦିଅ ବରଷି

ତୁମରି କରୁଣା ପାଇବା ପାଇଁ ମୁଁ

ଜାଳୁ ଅଛି ସଞ୍ଜବତୀ

ସକାଳୁ ନିତି ମୁଁ ତୁମକୁ ପ୍ରଭୁ ହେ

ଜପୁ ଥାଏ ହୃଦୟରେ

ତୁମ ନାମ ଜପି ନିସ୍ତରି ଯିବି କି

ଏ ମାୟା ଜାଲ ସଂସାରେ

ଗଣାଧିପତି ହେ ପାର୍ବତୀ ନନ୍ଦନ

ଗଣପତି ଗଜାନନ

ବରଷ କୁ ଥରେ ଆସୁ ଥାଓ ପ୍ରଭୁ

ଚଢି ମୂଷିକ ବାହନ

କୋପଳ ବାଳକେ ଏକତ୍ରିତ ହୋଇ

କରନ୍ତି ତୁମକୁ ପୂଜା

ବାଳକ ଙ୍କ ଦୋଷ ପାରକରି ତୁମେ

ଉଡାଓ ତୁମରି ଧୋଜା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract