STORYMIRROR

Manoja kumar Pattnayak

Abstract Others

4  

Manoja kumar Pattnayak

Abstract Others

ବନ୍ଧୁ ପରି ମୋର କିଏ ସେ ହେବ

ବନ୍ଧୁ ପରି ମୋର କିଏ ସେ ହେବ

1 min
347

ବନ୍ଧୁ ପରି ମୋର କିଏ ସେ ହେବ

ବିପଦେ ଆପଦେ ସାହା ହୋଇବ 

ସୁଖର ଦୁଃଖର ଶଖା ହୋଇ ସିଏ

ଆଖି ଲୁହ ପୋଛି ହସାଇ ଦବ 

ବନ୍ଧୁ ପରି ମୋର କିଏ ସେ ହେବା ।।


ବନ୍ଧୁ ବନ୍ଧୁର ଦୁଇ ଭ୍ରାତା 

ଯେପରି କବି ର କବିତା

ପ୍ରେମ ବନ୍ଧୁ ର ସୁନ୍ଦରତା

ବୃକ୍ଷ ହିଁ ବନ୍ଧୁ ର ଦୁର୍ବଳତା ।।


ବନ୍ଧୁତ୍ବ ବନ୍ଧୁତା ର ସୂତା

ଧକ୍ ଧକ୍ ହୁଏ ହୃଦୟଟା

ବନ୍ଧୁ ବନ୍ଧୁର ଯେ କ୍ଷମତା

ବନ୍ଧୁ ବିନା ସର୍ବ ଶୂନ୍ୟତା ।।


ଗାଳି କରିଦେଲେ ବନ୍ଧୁ ବୁଝିଯାଏ

ରାଗ ପଛରେ ବି ସିଏ ହସିଯାଏ

ସୁଖରେ ଦୁଃଖରେ ସାଥେ ରହିବ

ବନ୍ଧୁ ପରି ମୋର କିଏ ସେ ହବ ।।


ବନ୍ଧୁ ପରି ମୋର ବନ୍ଧୁ ଟିଏ 

ହସ ପଛରେ ବି ଲୁହକୁ ଚିହ୍ନେ

ଆଖି ଆଉ ଲୁହ ଯେମିତି

ହୃଦୟ ଆଉ ସ୍ପନ୍ଦନ ଯେମିତି

ମୋ ବନ୍ଧୁ ମୋ ପାଇଁ ସେମିତି

ବନ୍ଧୁ ପରି ମୋର କିଏ ସେ ହବ

ସୁଖ ଦୁଃଖର ମୋ ସାଥିରେ ଥିବ

ବନ୍ଧୁ ପରି ମୋର କିଏ ସେ ହବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract