STORYMIRROR

Manoja kumar Pattnayak

Others

3  

Manoja kumar Pattnayak

Others

ସ୍ୱାଧୀନତା

ସ୍ୱାଧୀନତା

1 min
143

ଯେ ଦେଶେ ରହିଛି ତିରଙ୍ଗା ପତାକା

ଯେ ଦେଶେ ରହିଛି ସିନ୍ଧୁ

ଆମେ ତ ତାହାରି ଅସଂଖ୍ୟ ସନ୍ତାନ

ଦେଶ ସାରା ବିନ୍ଦୁ ବିନ୍ଦୁ


କୋଉ ଜନମର ତପବଳ ଲାଗି

ଜନମିଛି ମହି ତଳେ

ସମ୍ଭାଳିବି ଆଜି ଭାରତ ମାତାକୁ

ତିରାଙ୍ଗା ପତାକା ତଳେ


ଇଂରାଜୀ ଫିରିଙ୍ଗି ଆସିଥିଲେ ଦିନେ 

ବାଣିଜ୍ୟ ଥିଲା ପ୍ରଧାନ

ଆମରି ମୁଣ୍ଡରେ ବନ୍ଦୁକ ରଖି କି

ବୋହିନେଲେ ସବୁ ଧନ


ଭାରତ ମାତାର ଧନ ରତ୍ନ ଦେଖି

ବଢିଲା ତାଙ୍କରି ଲୋଭ

ମନରେ ତାଙ୍କର କୂଟନୀତି ରଖି

ବୋହିଲେ ଭାରତ ଦ୍ରବ୍ୟ


ଶ୍ରମିକମାନଙ୍କୁ ବଳଦ କରିକି

କୃଷିକାର୍ଯ୍ୟ ସବୁ କଲେ

ବିନା ଦରମାରେ ଶ୍ରମିକଗୁଡାଙ୍କୁ

ବେଠି ନେଇ ଖଟାଇଲେ


ଭାରତ ମାତାର ସନ୍ତାନ ଯିଏ କି 

ମନେ ତାର ଭୟ ନାହିଁ

ଫିରିଙ୍ଗିମାନଙ୍କୁ ଦଶରୁ ତଡିବା

ଶପଥ କରିଲେ ତହିଁ


ନୀଳ ପାରବାର ଗାଏ ଯାର ଗୀତ

ତା ଚରଣ ଛୁଇଁ ଛୁଇଁ

ସେ ମାଟିରେ ଆମେ ଜନମ ଲଭିଚୁ

ଆଉ କିଛି ଲୋଡା ନାହିଁ


ଫିରିଙ୍ଗିମାନଙ୍କୁ ଦଶରୁ ତଡିବା

ଦେଶ ଭକ୍ତିଙ୍କର ଜିଦି

ନିଜ ଜୀବନକୁ ବାଜିରେ ଲଗାଇ

ରଖିଲେ ମାତାର ସିଦ୍ଧି


ଯେ ଦେଶେ ରହିଚି ତ୍ରିରଙ୍ଗା ପତାକା

ସେ ଦେଶେ ରହିଚି ସିନ୍ଧୁ

ଗଙ୍ଗା ଯମୁନାକୁ ଗଳାହାର କରି

ମାତାଙ୍କ ମଥାରେ ବିନ୍ଦୁ


ଏ ଦେଶର ମାଟି ଖାଣ୍ଟି ସୁନାଟିଏ

ଛୁଇଁଲେ ସହିବୁ ନାହିଁ

ଶପଥ କରୁଛୁ ଭାରତ ମାତାକୁ

ମହାନ୍ କରି ଗଢ଼ିବା ପାଇଁ


ଏ ଦେଶର ମାଟି ମୁଣ୍ଡରେ ଗୋଳାଇ

ଶପଥ କରିବା ଯାଇ

ଭାରତ ମାତାର ମାନ ପାଇଁ ପରା

ଜନମିଛୁ ଏହି ଭୂଇଁ


ଭାରତ ମାତାର ତ୍ରିରଙ୍ଗା ସେବାରେ

ମୋ ଜୀବନ ପଛେ ଯାଉ

ଲକ୍ଷେ ଭାରତୀୟ ଜୀବନ ଯାଇକି

ମୋ ଦେଶର ମାନ ହଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍