STORYMIRROR

Manoja kumar Pattnayak

Abstract Tragedy Classics

4  

Manoja kumar Pattnayak

Abstract Tragedy Classics

ଭାବରେ ଜଗନ୍ନାଥ

ଭାବରେ ଜଗନ୍ନାଥ

1 min
218

ଜଗତର ନାଥ ଆହେ ଜଗନ୍ନାଥ

ଚକାଆଖି ଚକା ଡୋଳା

ବରଶକୁ ଥରେ କରୁଥାଅ ପ୍ରଭୂ

ଲୋକ ଭକ୍ତ ଭେଳା ଭେଳା

ତୁମରି କରୁଣା ଥାଉ ମୋ ଉପରେ

ଆହେ ପ୍ରଭୁ ଚକା ଆଖି

ତୁମରି ପାଖରେ ପୁଷ୍ପ ଅର୍ପୁଚି ହେ

ରହି ଥାଓ ମୋର ସାଥି

ତୁମରି କରୁଣା ହେଲେ ଥରେ ପ୍ରଭୁ

ରଥଯାତ୍ରା ଦେଖି ଯିବି

ତୁମ ସୁନା ବେଶ ଦେଖିଦେଲେ ଥରେ

ଧନ୍ୟ ମୁଁହିଁ ହୋଇଯିବି

ତୁମରି ପାଖକୁ ଯିବାପାଇଁ ପ୍ରଭୁ

ମନ ମୋର ଝୁରୂ ଥାଏ

ତୁମରି ଦର୍ଶନ ପାଇବା ପାଇଁ କି

ଆଖି ନୀତି ଖୋଜୁ ଥାଏ

ତୁମ ବାହୁତଳେ ରଖମତେ ପ୍ରଭୁ

ତୁମ ଭୁଜ ତଳେ ରଖ

ତୁମରି ଠାରୁ ମୁଁ କରୁଣା ପାଇଲେ

ଜୀବନ ସାର୍ଥକ ହେବ

ଜଗତର ନାଥ ଆହେ ଜଗନ୍ନାଥ

ବଡ଼ ଦେଉଳରେ ଥାଇ

ଭକତର ତମେ ଗୁହାରି ବୁଝୁଛ

ସବୁ ଦୁଃଖକୁ ଏଡାଇ

ମୋର ସୁଖେ ଦୁଃଖେ ସହା ହୁଅ ପ୍ରଭୁ

ଏତିକି ମିନତି ମୋର

ଧାନ ଦଉଲତ ଲୋଡା ନାହିଁ ମୋର

ଏତିକିରେ ମନ ଭୋଳ

ତୁମ କଳା ଦେହ ତୁମ କଳା ମୁଁହ

କରିଛି ଭକ୍ତକୁ ମହନ

ତୁମେ ଯେବେ ପ୍ରଭୁ ଢଳି ଢଳି ଆସ

ସୁନ୍ଦର ଲାଗେ ମୋ ଜଗମୋହନ

ଟଙ୍କ ତୋରାଣୀକୁ ମନ ବଳି ଅଛି

ବଳିଛି ତୋର ଆଳତି

ଯେବେ ତୋର ଡୋର ଲାଗିବ କାଳିଆ

ଦେଖିବି ତୋ ସୁନା ମୃର୍ତ୍ତି

ଯେତକ ସମୟ ଏ ଜୀବନ ଅଛି 

ଟିକିଏ ହସି ଯିବା, 

ଟିକିଏ ହସାଇ ଦେବା...।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract