STORYMIRROR

Manoja kumar Pattnayak

Tragedy

3  

Manoja kumar Pattnayak

Tragedy

ତୁମରି କରମ

ତୁମରି କରମ

1 min
149

ଆମ୍ବ ବରକୋଳି ସାପଟା ପିଜୁଳି

ପଣସ କଦଳୀ ନଡ଼ିଆ

କେନ୍ଦୁ ଜାମକୋଳି କମଳା କଦଳୀ

ଖାଇବାକୁ ଲାଗେ ବଢିଆ ।।


ଗାଁ ଗହଳିର ଆମ୍ବ ତୋଟା ମାଳ

ସଫା କରିଦେଲେ କାଟିକି

ଥିଲା ବୋଲି ସିନା ଆଚାର କରିକି

ଖାଉଥିଲେ ହାତ ଚାଟିକି ।।


ତୋଟା ଗଛ ଡାଳେ ଦୋଳି ବନ୍ଧିକି

ଝୁଲୁଥିଲ ରଜ ଦୋଳି କି 

ମନଭରି କେତେ ଫଳ ଖାଉଥିଲ

ଗଛରୁ ତଟକା ତୋଳିକି ।।


ଗଛଥିଲା ବୋଲି ଅଂଶୁଘାତ କଣ

ଭାବି ତ ନଥିଲ ମନରେ

ଫଳ ଗଛ ତୋଟା ମାଳକୁ କାହିଁକି

କଟିଦେଲ ବାବୁ ଧନରେ ।।


ଗଛ ଥିଲା ବୋଲି ବର୍ଷା ହେଉଥିଲା

ନଥିଲା ଏଭଳି ଗରମ

ଗଛ କାଟି ଏବେ ଗରମେ ସଢୁଛ

ଏ ସବୁ ତମର କରମ ।।


ବୃକ୍ଷ ହିଁ ଜୀବନ କରେ ଫଳ ଦାନ 

ମନେ ରଖିଥିବ ଜାଣିକି

ସାଙ୍ଗ ସାଥି ହୋଇ ଫଳ ଗଛ ପିଲେ 

ଲଗାଇବା ମିଶି ଏଣିକି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy