STORYMIRROR

Priyadarsini Das.

Tragedy

4  

Priyadarsini Das.

Tragedy

ଖଦ୍ୟୋତ (ସ୍ଥଳଭାଗ ର ତାରା)

ଖଦ୍ୟୋତ (ସ୍ଥଳଭାଗ ର ତାରା)

1 min
376


ସିନ୍ଧୁର ପରିସୀମା ସମ ମୋର ମନ 

କିନ୍ତୁ ଆକାର ର କଳନା 

ସତେ ଅବା ନିଜକୁ ଦିଏ ଅପମାନ ...


ନିଜକୁ କେବେ ବି ମୁଁ ସାନ ମାନେନି,

କି ବୃହତ୍ ଭାବିବାର ସାହସ ବି କରେନି ...।


ନା ଅନ୍ଧକାରକୁ ଦୂରେଇ ଦେବାର ଦଳରେ ଅଛି 

ନା ଆଲୋକିତ କରୁଥିବା ଶାଖାରେ ,


ମନେ ହୁଏ ଶାଖା ହୀନ ଭାବେ ଝୁଲୁଛି ମୁଁ ...


ମୋ ଭିତରେ ବି ମେଞ୍ଚାଏ ଆଲୁଅ ସୃଷ୍ଟି କରି 

କଳା ରାତ୍ରିର କାଳିମା ଭିତରେ 

ପଥ କଢେଇବାକୁ ମୋର ବି ମନ ,

କିନ୍ତୁ ସେ ପ୍ରୟାସ ହୁଏ 

ବାରମ୍ବାର ନିରର୍ଥକ ....।


ଆକାଶର ପୁଞ୍ଝେ ତାରାକୁ ଦେଖି

ପୁଣି ଥରେ ମନରେ ଆଶା ଜାଗେ,

କିଏ ତ ସେଇଠି ମୋରି ପରି

ମିଞ୍ଜି ମିଞ୍ଜି ହୋଇ ଜଳୁଛି,

ମନେ ହୁଏ ମୋର ସାଥୀ ଟିଏ ବୋଧେ .....।


ଦୌଡିଯାଏ ପବନ ବେଗରେ 

ସେଇ ମିଞ୍ଜି ମିଞ୍ଜି ଦୁନିଆକୁ 

ଆୟତ୍ତ କରିବାକୁ,

ହେଲେ ବାମନ କି ବା 

ହାତ ବଢ଼େଇ ପାରେ ଚାନ୍ଦକୁ ...।


ପୁଣି ଥରେ ଫେରି ଆସେ 

ନିଜ ବଳୟକୁ,

ପୁଣି ଥରେ ବୁଝି ପାରେ ନିଜ ଅସ୍ତିତ୍ବକୁ

ପୁଣି ଥରେ ବୁଝେଇ ଦିଏ 

ମୋର ଅସହାୟକୁ ......।


ସେ ବୁଝି ଯାଏ,

ପୁଣି ଜଳେଇ ଗର୍ବ କରେ 

ତା ମିଞ୍ଜି ମିଞ୍ଜି ଆଲୋକ ପାଇଁ .....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy