STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

କି ଦୋଷ ଥିଲା ମୋର

କି ଦୋଷ ଥିଲା ମୋର

1 min
183

କି ଦୋଷ ଥିଲା ମୋର ...?

ଏ ପ୍ରଶ୍ନଟି ଉଙ୍କି ମାରେ ବାରବାର ......।


କାହିଁକି ଦେଖଉଥିଲୁ ତୁ ମିଛ ସ୍ୱପ୍ନ ,

କାହିଁକି ଭରିଥିଲୁ ମନରେ ମିଛ ଆଶା ....।


ଯଦି ତୋ ମନରେ ଥିଲା ଏତେ ସଠତା....।


କାହିଁକି ଆଜି ମୁଁ ବଦନାମ୍ ତୋ ପାଇଁ ...?


ହୁଏତ ଭୁଲ୍ ଥିଲା ତୋତେ ଚିହ୍ନିବାରେ ,

ହୁଏତ ଭୁଲ୍ ଥିଲା ତୋର ସେ ପ୍ରତାରିତ ଭାବନାର ଚେହେରାକୁ ପରଖିବାରେ .....।


କି ଲାଭ ପାଇଲୁ ତୁ 

ମୋତେ ମୋ ଠୁ ଚୋରେଇ .....।


କି ଖୁସି ମିଳିଲା ତୋତେ 

ମୋ ଓଠ ରୁ ହସ ଛଡେଇ .......।


କି ଶାନ୍ତି ମିଳିଲା ତୋତେ 

ମୋ ଠୁ ସବୁ ଶାନ୍ତି ଛଡେଇ ......।


କି ସୁଖ ମିଳିଲା ତୋତେ 

ମୋ ବାଟରେ କଣ୍ଟା ବିଛେଇ ......।


କି ରଙ୍ଗ ମାଖିଲୁ ତୁ 

ମୋ ଜୀବନରୁ ସବୁ ରଙ୍ଗ ଛଡେଇ ନେଇ .....।


କି ପୂର୍ଣ୍ଣତା ମିଳିଲା ତୋତେ 

ମୋତେ ମୋ ଭିତରେ ଶୂନ୍ୟ କରେଇ .....।


କି ଦୋଷ ଥିଲା ମୋର ....?


ତୋତେ ବିଶ୍ୱାସ କରିବାର ଭୁଲ୍ ....?


କାହିଁକି ବାରମ୍ବାର ଏ ଥୁଣ୍ଟା ଗଛକୁ ପଲ୍ଲବିତ କରେଇବାର ସ୍ୱପ୍ନ ଦେଖାଉଥିଲୁ .....?


କାହିଁକି ଯେତେ ଥର ମୁହଁ ବୁଲାଇଲେ ,

ତୁ ପୁଣି ଥରେ ତୋ ଆଡେ ଫେରେଇ ନେଉଥିଲୁ ......।


କଣ ବଦନାମର ଉପହାର ପାଇଁ .....।


କି ଦୋଷ ଥିଲା ମୋର ...?

କିଏ ଦେବ ତା ଉତ୍ତର .....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy