Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Others

4.0  

Priyadarsini Das.

Others

ପ୍ରେମ ନିବେଦନ

ପ୍ରେମ ନିବେଦନ

1 min
257



ଅଜଣା ରୁ ତୁ ହେଲୁ ଜଣା ,

ଜଣା ରୁ କରିଲୁ ମୋ ମନ କୁ ବାଟବଣା


ତଥାପି ଲାଗେ ଭାରି ଡର ,

ତୋ ସହ କଥା ହେବାକୁ ,

ତୋତେ ଦେଖିବାକୁ .।


ଯେବେ ବି ଆଖି ଚାହେଁ 

ତୋତେ ଟିକିଏ ଦେଖିବ ,

ତୋ ନଜର ତାକୁ ଦେଖିଦିଏ ,

ସ୍ପନ୍ଦନ ବଢିଯାଏ ,

ମନ ରେ ଡର ବଢିଯାଏ ।


କେଜାଣି ସେ ଡର କେମିତିକା ,

ଲାଜ ର ନା ଆଉ କିଛି ର ।


ତୁ ବି ଥାଉ ଏକ ଦମ୍ ଚୁପ୍ ,

ମୁଁ ବି ଚୁପ୍


କିନ୍ତୁ କିଛି ଥାଏ ଆମ ଭିତରେ ,


ତୋ ଆଖି କିଛି କହେ ମୋତେ ,

ମୁଁ ତାକୁ ବୁଝି ପାରେନା ,


ତୋ ଆଖି ତା ପାଖକୁ ଡାକେ ମୋତେ ,

ହେଲେ ମୁଁ ବୁଝି ବି ନ ବୁଝି ରହିଯାଏ ।


ଠିକ୍ ସମୟ ରେ ପିଠି ରେ 

ଥପ୍ କି ଟିଏ ଦେଇ 

ତୁ କହିଦେଉ ,


ତୁ କି କିଛି ବୁଝି ପାରୁନା ।


ମନ ରେ ହସ ରଖି ,

ଓଠ ରେ କହେ ମୁଁ ,

ନା କିଛି ବୁଝି ହୁଏନା ....।


ପୁଣି ଥରେ ତୋ ଆଖି କିଛି କହିଯାଏ ,

ତୋ ଚାହାଣୀ ରେ କିଛି ଭାବନା ଥାଏ ,

ତୋ ଠାର ରେ କିଛି ନ ଥାଇ ବି ଥାଏ 

ବହୁତ୍ କିଛି ।


ସତରେ ଏ ପ୍ରେମ ର ନିବେଦନ ,

ନା ଆଉ କିଛି ?


ଆଜି ବି ମନ ମୋତେ ପ୍ରଶ୍ନ କରେ ।

କାହିଁକି ତୋ ଓଠ କିଛି କୁହେନା ?

 ଖାଲି କହୁଥାଏ ତୋ ଆଖି ,


ସେ ଶବ୍ଦ କୁ ବୁଝି ବି 

ଏ ମନ ବୁଝି ପାରେନା ।

ତୋ ଶବ୍ଦ ରୁ ଶୁଣିବାକୁ ସେ ଖାଲି ଖୋଜେ ବାହାନା


ହଁ

ଆଜି ତୋ ପ୍ରେମ ରେ ମୀରା ସାଜିବାକୁ 

ଏ ମନ ଖୋଜେ ବାହାନା ।


Rate this content
Log in