Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Others

3  

Priyadarsini Das.

Others

ଅମାନିଆ

ଅମାନିଆ

1 min
277


ଆରେ କେତେ ଅମାନିଆଟା ତୁ ,

କାହିଁକି ଏତେ ରାଗ ଯେ ମୋ ଉପରେ .....।


ଈର୍ଷା କରୁ କି .....?


ମୋତେ ଭାରି ଭଲ ଲାଗେ 

ମୋ ପାଦ ଚିହ୍ନ ପକେଇବାକୁ ,

ବେଳାଭୂମିର ବାଲୁକା ରାଶି ଉପରେ ....।


ମୁଁ ନିଜେ ଅନୁସରଣ କରେ 

ମୋ ପାଦକୁ ...।


କାହିଁକି ନା ମୋତେ ଭଲ ଲାଗେନା ,

ଆଉ କାହାର ରାସ୍ତାରେ ଚାଲିବାକୁ ,

ଭଲ ଲାଗେନା .....

ଆଉ କାହା ନିୟମରେ ବାନ୍ଧି ରହିବାକୁ ......।


ନିଜ ପାଦରେ ବେଡି କାହାକୁ ବା ଭଲ ଲାଗେ ,

ଜବରଦସ୍ତିର ଶିକୁଳି କିଏ ବା ଚାହେଁ .....।


ହଁ ଯଦି ସେ ବନ୍ଧନ ସ୍ନେହର ,

ଯଦି ସେ ବେଡି ଆତ୍ମୀୟତାର 

ତେବେ ନିଜେ ପିନ୍ଧି ହୁଏ ନିଜ ପାଦରେ ......।


ଖାସ୍ ସେଥି ଲାଗି 

ମୋତେ ଭଲ ଲାଗେ ମୋ ପାଦ ଚିହ୍ନ ,


ମୁଁ ଚାହେଁ ତାକୁ ଦେଖିବାକୁ ବାର ବାର ......।


କିନ୍ତୁ ତୋର ସେ ଅମାନିଆ ଜଳ ରାଶି 

କାହିଁକି କେଜାଣି ,

ତାକୁ ଧୋଇ ନିଏ ......।


ରାଗରେ ନା ଈର୍ଷାରେ .....?

ଯାହା ବି ହେଉ ,

ତା ଲାଗି ଆଜି ମୋର ଅଭିମାନ ତୋ ଉପରେ ..........।



Rate this content
Log in