Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Romance

3.2  

Priyadarsini Das.

Romance

ଅଧିକାର

ଅଧିକାର

1 min
329



ମୁଁ ଯଦି କହେ ମୁଁ ଖାଲି ତୁମର ଖାଲି ତୁମର , ତୁମେ କି ମାନିବ ,


ମୋର ନିଃଶ୍ୱାସ ରେ ମୋର ପ୍ରଶ୍ୱାସ ରେ ଏ ରକ୍ତବିନ୍ଦୁ ରେ ,


ଖାଲି ତୁମର ହିଁ ଅଧିକାର ଅଛି ବୋଲି ଯଦି କହେ , 


ତୁମେ କି ମାନିବ , ମୋ ଓଠ ର ଶବ୍ଦ ମାଳ ସବୁକୁ ....।


ଯେବେ ବି ନିର୍ଜନ ରାସ୍ତା ରେ , ଅନ୍ଧକାର ଇଲାକା ରେ ପାଦ ମୁଁ ଥାପେ ,

ମନ କୁ ତ ଆପେ ଆପେ ଭାସି ଆସେ କିଛି ଚିନ୍ତାଧାରା ,

ସେ ଚିନ୍ତା ରେ ଖାଲି ଥାଏ ଅଧିକାର ତୁମ ଭାବନା ର , 

ମୁଁ ନିଜେ ବି ନିଜକୁ କାଣିଚିଏ ବି ସମ୍ଭାଳି ପାରେନା ........।


ମୋ ନିରୀହ ଅଧରେ ତୁମର ନଟଖଟିଆ ଚୁମ୍ବନ , 

ମୋ ଆଖି ସହ ତୁମ ପ୍ରେମିକ ଭାବ ଆଖି ର ମିଳନ ,

ଏ କୋମଳ ଚିବୁକ ରେ ତୁମର ଚପଳ ତାର ସ୍ପର୍ଶ ,

ସବୁ କିଛି ଭସେଇ ନିଏ ମୋତେ ମୋ ଠୁ ଅଲଗା କରି......।


ସବୁ ଭାବନା କୁ , ମନ ର ସିନ୍ଦୁକ ରେ ବନ୍ଦ୍ କରି ଯଦି ମୁଁ କହେ ,

ଶ୍ୱାସ ର ପ୍ରଖର ବେଗ ଶୁଣି ବୋଧେ ତୁମେ ମାନି ଯିବ .......।


Rate this content
Log in

Similar oriya poem from Romance