ଅଜଣା ଚେହେରା
ଅଜଣା ଚେହେରା


ମନେ ଅଛି କି ତୋର ?
ତୁ ଥିଲୁ ମାେ ପାଇଁ ଅଜଣା ,
ମୁଁ ଥିଲି ତୋ ପାଇଁ ବି ଅଜଣା ।
ଅଚିହ୍ନା ମୁହଁକୁ ଅଚିହ୍ନା କ୍ଲାସ,
ତା ଭିତରେ ପୁଣି
ଆହୁରି କେତେ ଅଚିହ୍ନା ମୁହଁ ।
ତଥାପି ସେ ଭିଡ଼ରେ ତୁ ଖୋଜୁଥିଲି ମୋତେ ,
ଆଉ ମୁଁ ଖୋଜୁଥିଲି ତୋତେ ।
ଅଜଣାର ରାସ୍ତାଟା ଖୁବ୍ ଲମ୍ବା ନଥିଲା ,
କିଛି ବାଟ ପରେ ହେଲେ ଆମେ ଜଣା ,
ସେ ଜଣା ଥିଲା ଅଜଣା ପରି ।
ମନ ରେ ଲାଜ ,
ମୁହଁ ରେ ହସ ,
ଛାତି ରେ ଖୁସି ,
ଆଖି ରେ ସ୍ବପ୍ନ ,
ତା ଭିତରେ ହଜି ଯାଇ ପୁଣି ଆମେ ହୋଇଯାଇଥିଲେ ଅଜଣା ।
ନା ତୁ ଖୋଜୁଥିଲୁ , ତୋ ଠିକଣା ,
ନା ମୁଁ ଖୋଜୁଥିଲି ମୋ ଠିକଣା ,
କାହିଁକି ନା ସେଇ ଅଜଣା ଭିତରେ ରହିଯିବାଟା ଥିଲା ବେଶ୍ ଜଣା ଜଣା ।