STORYMIRROR

Priyadarsini Das.

Tragedy

3  

Priyadarsini Das.

Tragedy

ଜୀବନ

ଜୀବନ

1 min
218


ଜୀବନର ବଗିଚା ଆଜି ପୂର୍ଣ୍ଣମୋଚି ଅରଣ୍ୟଟିଏ,

ସବୁଜିମା ଆଜି ପାଇଁ ଖାଲି ସ୍ୱପ୍ନ,

ଯେଉଁଠି ଚାହିଁଲେ ସେଇଠି 

ପତ୍ରଝଡ଼ାର ସଂକେତ ......।


ଜୀବନଟା କ୍ଷେତ ଆଜି ମରୁଭୂମିଟିଏ,

ଚାରିଆଡେ ଖାଲି ଶୁଷ୍କ ବାଲୁକା,

ଜଳ ଧାରା ସତେ ଯେମିତି ସ୍ୱପ୍ନ,

ମରୁଦ୍ୟାନ ପାଇଁ ଗୋଡ଼େଇ ଆଜି ଏ ପାଦ ବି ହାଲିଆ,

ଜୀବନଟା ସତେ ଯେମିତି ଉଡି ଯାଇଛି ବାଲିଝଡ଼ ସହ ......।



ଜୀବନର କୁମ୍ଭ ଆଜି 

ସତେ ଯେମିତି ଆଗ୍ନେୟଗିରି ସମ,

ଚାରିପାଖ ଖାଲି ଲାଭାରେ ପୂର୍ଣ୍ଣ,

ଜଳବିନ୍ଦୁ ମାଗିଲେ ମିଳେ ଏଇଠି ନିଆଁର ଲେଲିହାନ୍ ...,

କେବେ ସୁପ୍ତ, କେବେ ଜାଗ୍ରତ ଏ 

ଆଗ୍ନେୟ ଗିରି,

କେତେବେଳେ ଢାଳି ଦେବ ତରଳ ନିଆଁର ବର୍ଷା,

ଅପେକ୍ଷା ତ ଖାଲି ପରିଣାମକୁ ....।


ଲାଗେ ଯେମିତି ଆଜିର ଏ ଜୀବନ 

ଛିଡ଼ା ହୋଇଛି 

କେଉଁ ଏକ ଉଚ୍ଚ ପାହାଡ଼ର 

ସର୍ବୋଚ୍ଚ ଶିଖରରେ,

ଚତୁଃପାର୍ଶ୍ଵ ନିଃସଙ୍ଗତାରେ ପୂର୍ଣ୍ଣ,

ଆଖପାଖ ରେ ଘେରିଛି ଖାଲି

ଛଳନା, କପଟତା, ସ୍ୱାର୍ଥପରତାର ହିମଝଡ଼,

ଲାଗୁଛି ଏ ହିମଝଡ ଏ ଶରୀରକୁ ଉଡ଼େଇ ନେଇ 

ପୋତି ଦେବ କେଉଁ ଏକ ବରଫ ଗଦା ତଳେ,

ଆଉ ସବୁଦିନ ପାଇଁ ଥଣ୍ଡା ପଡ଼ିଯିବ,

ଜୀବନର ଆଗ୍ନେୟଗିରିଟି..........।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy