Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarsini Das.

Tragedy

3  

Priyadarsini Das.

Tragedy

ଶେଫାଳି

ଶେଫାଳି

1 min
243



ଏ ଜୀବନ ଅଟେ ଶେଫାଳି ଟିଏ 

ରାତିରେ ଫୁଟି ରାତିରେ ମଉଳି ଯିବ ,

ନା ବଢାଈ ପାରିବ ଗଛର ସୁନ୍ଦରତା 

ନା ଦିବସ ରେ ବାସନା ପାରିବ ବିତରି ।


ଏ ଜୀବନ ଅଟେ ଅମାବସ୍ୟା ରାତିର ଜହ୍ନ 

ନା ଦେଇ ପାରିବ ଶୀତଳ ଆଲୋକ ,

ନା ଚମକାଇ ପାରିବ 

ଏ ବ୍ୟାପ୍ତ ଆକାଶର ବ୍ୟାପ୍ତ ଗର୍ଭ ଦେଶକୁ ।


ଏ ଜୀବନ ପୁଣି ମରୂବାଲିର ଶେଯ ଟିଏ 

ନା ପରିଥକର କ୍ଳାନ୍ତ ପଦକୁ

ଦେଇ ପାରିବ ଶାନ୍ତି ,

ନା ପୁଣି ସ୍ପର୍ଶ ପାଇପାରିବ 

କୋଉ ବଲୁକାଶିଳ୍ପୀର ଅପରୂପ କୀର୍ତ୍ତି ର ।


ପିଣ୍ଡରେ ପ୍ରାଣ ଥିବା ଜାଏଁ ଜୀଇଁ ଯିବା  

ନା ଆଶା ପୂରଣ ହେବ 

କିଛି ପାଇବା ର ,

ନା ଖେଦ ରହିବ 

କିଛି ହରାଇବାର  ।


ମୋ ଭାବନାରେ ଏଇତ ଜୀବନ 

ଯେଉଁଠି ନା ମନଖୋଲି 

ମୁଖ ଦେଖେଇ ପାରୁଛି କ୍ରନ୍ଦନ , 

ନା ଅବିରତ ବିନା ଦ୍ଵିଧା ରେ

ଚାଲିପାରୁଛି ହୃଦ୍ ସ୍ପନ୍ଦନ  ।


ଏଇତ ଆଶା ନିରାଶା ର ଜୀବନ  

             ଏଇତ ଜୀବନ  ।


Rate this content
Log in

Similar oriya poem from Tragedy