STORYMIRROR

Manoja kumar Pattnayak

Abstract Romance Others

3  

Manoja kumar Pattnayak

Abstract Romance Others

ଫଗୁଣ ଫେରିଛି

ଫଗୁଣ ଫେରିଛି

1 min
196

ଫଗୁଣ ଫେରିଛି ମନ ବଦଳିଛି

ରଙ୍ଗ ବେରଙ୍ଗରେ ମନ ମୋହିଛି

ହୋଲି ପାଳୁଛି ମୁଁ ଗୀତ ଗାଉଅଛି

ଦୋଳ ବିମାନ କୁ ଦର୍ଶନ କରୁଛି ।

ଫଗୁଣର ସେଇ ପହିଲି ତାତି

ଆମ୍ବ ବୋଉଳର ମହକ କସି

ମନ ଟାଣି ନିଏ ଫଗୁଣ ପାଶେ

ଫଗୁଣ ମନରେ ଆନନ୍ଦ ରଚେ

ଫୁଲ ପାଶେ ଧାଇଁ ଆସେ ଭଅଁର

ଗାଇବାକୁ ତାର ମଧୁର ଗାନ

ଗୁଣୁ ଗୁଣୁ ଫୁଲ ପାଶେ ଭଅଁର

ବାଉଳା କରୁଛି ପୁଷ୍ପର ମନ

ଫଗୁଣ ଜଳୁଛି ଫଗୁର ଧୂଆଁରେ

ପ୍ରଜାପତି ଜଳେ ଫୁଲର ନିଆଁରେ

ତମେ ବି ଜଳୁଛ କାହା ଇଶାରାରେ

ମୁଁ ବି ଜଳୁଛି ତୁମ ବିରହରେ

ଦିନ ବି ଜଳୁଛି ଝାଞ୍ଜିର ତାତିରେ

ଜହ୍ନ ଜଳୁଅଛି କଇଁ ଚାହାଣୀରେ

ମନ ଜଳୁଅଛି ମାନସୀ ମାୟାରେ

ଅନ୍ଧାର ଜଳୁଛି ଆଲୁଅ କୋହରେ

ମଣିଷ ଜଳୁଛି କଳିର ମୋହରେ

ଜୀବନ ଜଳୁଛି ଜୀବିକା ଧାସରେ

ଦୁନିଆ ଜଳୁଛି ପାପର ଗ୍ରାସରେ

ଏନ୍ତୁଡି ଜଳୁଛି କଅଁଳ ରାବରେ

ଜୁଇ ବି ଜଳୁଛି ଶେଷ ନିଶ୍ବାସରେ

   ଜଳିବାରେ ନାହିଁ ଅନ୍ତ

ଜଳି ଜଳି ଯିଏ ଜିଇଁବା ଶିଖିଛି

    ସେହି ଏକା ପ୍ରାଣବନ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract