STORYMIRROR

Manoja kumar Pattnayak

Abstract Classics

4  

Manoja kumar Pattnayak

Abstract Classics

ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

1 min
337

ଜୟ ତୁ ଦୁର୍ଗା ମାଗୋ ଜୟ ହର ପ୍ରିୟା

ଦୁଃଖୀ ଦୁଃଖ ଦୂର ହୁଏ ଥିଲେ ତୋର ଦୟା।

ତୁହି ଦୁର୍ଗା ତୁହି କାଳୀ ତୁହି ମାଆ ହିଙ୍ଗୁଳା 

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।


ତୋତେ ଥରେ ସୁମାରିଲେ ଦୁଃଖ ହୁଏ ନାଶ

ତୋ ନାମ ଜପିଲେ ମାତା ବୈକଣ୍ଠରେ ବାସ

ଝଙ୍କଡ଼ କନକ ପୁରେ ବୋଲାଉ ସାରଳା

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।


ସିଂହର ପିଠିରେ ବସି ତୁ ସିଂହବାହିନୀ 

ମହିଶା କୁ ମାରିଲୁ ମା ମହିଶ ମଦ୍ଧିନି

ତୋର ଛତ୍ରଛାୟା ତଳେ ଦେବୁ ଟିକେ ଆଶ୍ରା

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।


ଭକତି ଅନ୍ତ ରେ ତୋତେ ସୁମରେ ଯେ ଜନ

ସକଳ ସଙ୍କଟ ତାର କରୁ ତୁ ଖଣ୍ଡନ

ଜୟ ଶକ୍ତି ମୟୀ ଜୟ ମାତା ତୁ ବିମଳା

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।


ତାର ଆଗ ମନେ କମ୍ପେ ଏ ଧରା ଦମନି

ତୋର ଦୟା ହେଲେ ମାଆମୁର୍ଖ ହୁଏ ଜ୍ଞାନୀ

ଜ୍ଞାନ ପ୍ରଦାୟିନୀ ଅଟୁ ଜୟ ମା ଶାରଳା

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।


ଗାଳି ସହୁ ମାତା ତୁହି ଗର୍ବ ନ ସହୁ

ତୋର ଭକ୍ତ ରେ କଷଣ କେବେ ତ ନ ଦେଉ

ଦୁର୍ଗା ତୁହି ଦିବ୍ୟ ଜ୍ୟୋତି ଦେହେ ଧରି ମାତା

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।


ଶରଣାଗତ ଜନ ରେ ଦେଉ ତୁ ଅଭୟ

ତୋର ନାମ ନେଲେ ଦୂର ହୋଇଯାଏ ଭୟ।

ଅଜ୍ଞାନର ଅନ୍ଧକାରେ ପଥ ତୁହି ମାଆ

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।


ଦୁଃଖୀ ଦୁଃଖ ହାରିଣୀ ମା ଜଗତ ଜନନୀ

ରୋଗୀ ରୋଗ ଦୂର ହୁଏ ଦୀନ ହୁଏ ଦାନୀ।

ସନ୍ତାନ ବତ୍ସଳା ସାହା ହୁଅ ଦୁର୍ଗା ମାଆ 

ଜୟ ଜୟ ମା..... ଜୟ ଜୟ ମା ଦୁର୍ଗା..... ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract