STORYMIRROR

Manoja kumar Pattnayak

Abstract Drama Fantasy

4  

Manoja kumar Pattnayak

Abstract Drama Fantasy

ବାପୁ ତୁମେ ଫେରି ଆସ

ବାପୁ ତୁମେ ଫେରି ଆସ

1 min
341

ବାପୁ ତୁମେ ଫେରି ଆସ 

ଆଜି କାନ୍ଦୁଚି ଭାରତ ବର୍ଷ

ବାପୁ ତୁମେ ଫେରି ଆସ 

ଆଜି ଝୁରୁଚି ଭାରତ ବର୍ଷ ।।


ଅହିଂସା ମାର୍ଗ ରେ ଲୋକଙ୍କୁ ନେଇ 

ପ୍ରବତାଇଲ ଯେ ଏକତା ପାଇଁ

ଫିରିଙ୍ଗି ମାନଙ୍କୁ ତାଡିବା ପାଇଁ

ଖଣ୍ଡେ ବାଡି ଧରି ଆସିଲ ଧାଇଁ ।।


ଅଖଣ୍ଡ ଭାରତ ଗଢ଼ିବା ପାଇଁ

ସ୍ବପ୍ନ ଦେଖିଥିଲ ବିଭୋର ହୋଇ

କିଛି ସ୍ବପ୍ନ ତୁମ ଶାଖାର ହେଲା

ଆଉ କିଛି ସ୍ବପ୍ନ ଅଧାରହିଲା।।


ହିଂସା କଣ୍ଡରୁ ଦୂରରେ ରହି

ଲୋକ ମୁଖେ ତୁମେ ଆହାର ଦେଇ

ରାମ ରାଜ୍ୟ ଫେରି ଆଣିବା ପାଇଁ

ଅହିଂସା ମନ୍ତ୍ର ଟି ଦେଲ ବତାଇ ।।


ଲୋକେ ଆଜି ଏଠି ସ୍ୱାର୍ଥପର ହୋଇ

ନିଜେ ନିଜ ସ୍ୱାଥେ ଗଲେ ଅନ୍ଧ ହୋଇ

ସ୍ବପ୍ନ ନରଖାର ହୋଇଛି ଆଜି 

ଛଳନା ରଙ୍ଗରେ ଭାରତ ଭିଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract