STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

4  

ଅନିଲ କୁମାର ଲେଙ୍କା

Romance Tragedy

ପ୍ରତାରଣା

ପ୍ରତାରଣା

1 min
340


ପ୍ରୀତି ମାନେ ଆଜି ପ୍ରତାରଣା ଖାଲି

      ପ୍ରଣୟ ମାନେ ଯାତନା,

ଭଲ ପାଇବାଟା ଲାଗେ ଏଠି ଭୁଲ

     ବିରହ ମାନେ ଛଳନା,

      ଯାହା ଭୁଲ ବୁଝାମଣା,

ଜୀବନ ନାଟକେ ଅଭିନୟ ସାଥେ

    ପ୍ରେମଟା ହୁଏ ଖେଳଣା ।।

କଳ୍ପନା ରାଜ୍ୟରେ ସପନର ରାଣୀ

   ରୁପରେ ଯେ ପ୍ରୀତି ଆସେ,

ମରୁ ମରିଚିକା ସାଜି ସେ ଜଳାଏ

    ଏ ଜୀବନ ଅବଶେଷେ,

     ସବୁ ତ ଅନ୍ଧାର ପାଶେ

ମିଛ ମାୟା ମୋହ ଅନ୍ଧକାର ଯାହା

      ପ୍ରତାରଣା ପରି ଦିଶେ ।।

ଅଜାଣତେ ଯାହା ଭୁଲ ମୁଁ କରିଛି

    ସେ ପାଇଁ ପାଇଲି ଶିକ୍ଷା,

ଯନ୍ତ୍ରଣାରେ ଭରା ଅଜସ୍ର ଫଗୁଣେ

    ନିଜେ ହେଲି ଅଣଦେଖା

    ସ୍ମୃତି ଏକା ମୋର ସଖା,

ଯାଉଅଛି ଫେରି ପ୍ରତାରଣା ପଥୁ

     ଦହନ ଜଳନେ ଏକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance