STORYMIRROR

Amulya Kumar Nayak

Tragedy Inspirational

4  

Amulya Kumar Nayak

Tragedy Inspirational

ଏ ରାତି

ଏ ରାତି

1 min
350


ଏ ରାତି ଆଣିଛି ଦେଶ ସ୍ବାଧିନତା

  ଅଗଷ୍ଟ ପନ୍ଦର ହୋଇ,

ଏ ରାତି ଆଣିଛି ରାମ ବନବାସ

  ସାଥିରେ ପତ୍ନୀ ବୈଦେହୀ । (୧)

ଏ ରାତିରେ ଛାତି ଗୁଳି ଖାଇଅଛି

   କଅଁଳ ବାଜି ରାଉତ,

ଏ ରାତିରେ ପୁଣି ସର୍ଜିକାଲ୍ ଷ୍ଟ୍ରାଇକ୍

   କରିଛି ଏଇ ଫଉଜ । (୨)

ଏ ରାତିରେ ପୁଣି ବଦଳି ଯାଉଛି

    ତମର ମୋଅର ଭୋଟ,

ଏ ରାତିରେ ପୁଣି ପରୀ ହତ୍ଯାକାଣ୍ଡ

    ବେବିନା, ଇତିଶ୍ରୀ ନାଟ । (୩)

ଏ ରାତିରେ ବସି କୃଷକ ମାଗୁଛି

    ସଂସଦରେ ଅଧିକାର,

ଏ ରାତିରେ ପୁଣି ବଦଳି ଯାଉଛି

    ବିମୁଦ୍ରୀକରଣ ଭାର । (୪)

ଏ ରାତିରେ ଫୁଟି ରଜନୀଗନ୍ଧା ବି

    ସକାଳେ ପଡଇ ଝରି,

ଏ ରାତିରେ ପିଣି ଫୁଲେଇ ଜହ୍ନଟା

    ଆସଇ ପୁନେଇଁ ପାରି । (୫)

ଏ ରାତରେି ଭୂକେ ହୁକେ ହୋ ଡାକ

     ବିଲୁଆ ନନାର ପାଟି,

ଏ ରାତି ପାହିନି ପତି ବି ମରିନି

    ପତ୍ନୀ ଅନୁସୂୟା ସତୀ । (୬)

ଏ ରାତିରେ ଶୁଭେ କରୋନାର ଭୟ

     ଖାଁ ଖାଁ ରାସ୍ତା ଘାଟ,

ଏ ରାତିରେ ଖାଲି ଛକି ଶୂନ ଖେଳ

    ଆମ୍ବୁଲାନସ୍ ଶହେଆଠ । (୭)

ଏ ରାତି ଜାଳିଛି କେତେ ଚିତା ଯୁଇ

     ୟୁହାନା କରୋନା ପାଇଁ,

ତଥାପି ଏ ରାତି ଶୋଷ ମେଣ୍ଟିନାହିଁ

    ସଞ୍ଜବେଳ ଥାଏ ଚାହିଁ ।। (୮)


Rate this content
Log in

Similar oriya poem from Tragedy