STORYMIRROR

Bishwanath Sethi

Tragedy

4  

Bishwanath Sethi

Tragedy

ବିରହ

ବିରହ

1 min
315

କିଛି ପାଇ ପୁଣି ହରେଇଦେବାର,

ଅନ୍ତର ବେଦନା ଅଟେ ଜୀବନର ।

ପ୍ରେମରେ ଅସଫଳ ହେବାର କୋହ,

ଦୁଃଖ ଯନ୍ତ୍ରଣାର ଅମାନିଆ ଲୁହ ।


ଅନ୍ତରର ସିଏ ଅକୁହା ଯାତନା,

ଯେଉଁ ଯାତନାରେ ନ ଥାଏ ଛଳନା ।

ଅନ୍ତର ବେଦନାର ଅଟେ ସେ ଜ୍ୱଳନ,

ଛାତି ଭିତରର ଅସହ୍ୟ କ୍ରନ୍ଦନ ।


ଗୁମୁରି ଗୁମୁରି କାନ୍ଦିବାର ସ୍ୱର,

ଅବ୍ୟକ୍ତ ବେଦନା ଅଟେ ହୃଦୟର ।

ଫେରି ପାଇବାର ଆକୁଳ ପ୍ରାର୍ଥନା,

ବିରହରେ ମନ ହୁଏ ଆନମନା ।


ଅରଣ୍ୟ ରୋଦନ ପରି ମନେ ହୁଏ,

ପ୍ରତିଧ୍ୱନିି ହୋଇ ଫେରି ଆସିଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy