ଆଶା
ଆଶା
ହେ ଆଶା,ସଲାମ ତୁମକୁ
ତୁମକୁ ନେଇ ତ ସକଳ ପ୍ରାଣୀଙ୍କର,
ଜୀବନ ଯାତ୍ରା ।
ମଣିଷ ଖୋଜେ ବଞ୍ଚିିିବାର ରାହା ।
ଅଣ୍ଡାଳି ହୁଏ ନିଜର ଈପଶୀତ ବସ୍ତୁ
ପାଇବା ପାଇଁ ।
କେତେ ରୂପ ନେଇ ଆସିିଥାଅ ତୁମେ,
ତାର କୂଳକିିିନାର ହିଁ ନାହିଁ ।
କେତେବେଳେ ତୁମେ ମୌସୁମୀ ବାୟୁ,
ଯା'ର ଶୀତଳ ସ୍ପର୍ଶରେ ମନ
ହୁଏ ଉଲ୍ଲସିତ,
କେତେବେଳେ ତୁମେ ବସନ୍ତ ରୂତୁର
ମଳୟ ପବନ, ଯା'ର ସ୍ପର୍ଶ ପାଇ
ପ୍ରାଣ ଜାଗିଉଠେ ।
କେତେବେଳେ ତୁମେ ତୋଳି ଦିଅ,
ସ୍ଵପ୍ନର ତାଜମହଲ ଟିଏ ।
ପୁଣି କେବେ ତୁମେ ବର୍ଷାରାଣୀର
ଇନ୍ଦଧନୁ !
କେବେକେବେ ତ ଅଜାଡି ଦିିିଅ
ସପ୍ତରଙ୍ଗର ମେଳଣ ।
ହେଲେ ତୁମେ କ'ଣ ସବୁ ଅଭିଳାଷ
ପୂର୍ଣ୍ଣ କର ?
ବେଳେବେଳେ ତୁମେ ବି
ଛଳନା କର ।
ବୈଶାଖର ତାତି ଭଳି ହଠାତ୍
ବହିଆସ ତୁମେ,
ସମୁଦ୍ରରୁ ମାଡିିଆସ ସୁନାମିିଟେ ପରି ।
ମାୟା ମରିଚୀକା ପରିି ଉଭେଇଯାଅ ତୁମେ,
ପୁଣି ସନ୍ତର୍ପଣରେ ତୋଳିଦିଅ,
ଯନ୍ତ୍ରଣାର ଯଉଘରଟିଏ ।
ଛଟପଟ ହୋଇ ମରିବାକୁୁ ପଡେ ।
କେବେ ପୁଣିି ତୁୁମେ ପ୍ରେମର ବିରହ
ସାଜି ମାଡିି ଆସ ଝଡ ପରି ।
ପୁଣି କେବେ ତ ସେଫାଳି ଫୁଲଟେ
ଭଳି ଫୁଟି ପୁଣିି ମଉଳିିିଯାଅ ।