ବନ୍ଦୀ
ବନ୍ଦୀ
ଶ୍ରବଣ ମାତ୍ରକେ ଏ ଶବ୍ଦ,
ମନରେ ଖେଳି ଯାଏ ଭୟ ଓ ଆତଙ୍କ ।
ଚାରି କାନ୍ଥର ଆବଦ୍ଧ ଜୀବନ,
କାହାକୁ ବା ଭଲ ଲାଗେ ?
କେତେ ଦୁୁୁୁର୍ବିସହ ସେ ଜୀବନ;
ନର୍କ ଯନ୍ତ୍ରଣାଠୁ ମଧ୍ୟ ବଳିଯାଏ ।
ହେଲେ ଆଜିର ଏ ବୁଦ୍ଧିିମାନ ମଣିଷ
ପଡିରହିଛି ଗୃୃହବନ୍ଦୀ ହୋଇ ।
ସମାନ୍ୟ କରୋନା ଭୂତାଣୁର,
ତାଣ୍ଡବ ଲୀଳାରେ ଚାଲାକ ମଣିଷର
ସମସ୍ତ ଜ୍ଞାନବିିଜ୍ଞାନର ଚମତ୍କାରିତା ଆଜି
ଶୂନ୍ୟ ହୋଇପଡିଛି ! କରୋନାର ଭୟାବହତା
ସମ୍ମୁଖରେ ଆଜିର ସବୁ ଯାନ୍ତ୍ରିକ କୌଶଳ
ଏକଦମ ଅସହାୟ, ଆତ୍ମସମର୍ପିତ ।
ଏକରକମ ବନ୍ଦୀ ଜୀବନ ଯାପନ
କରିବା ପାଇଁ ବାଧ୍ୟ ହୋଇଛି ।
ପ୍ରକୃତିିିିିକୁ ନିଜ ହାତ ମୁଠାରେ,
ରଖିବାର ସତ ସାହସ ହରାଇ ବସିଛି ।
ପରଜୟତାକୁ ସ୍ଵୀକାର କରିଛି ।
ମନୁଷ୍ୟର ଗର୍ବ, ଅହଙ୍କାର ସବୁ କିିିଛି
ଧ୍ୱସ୍ତ ବିିଧ୍ୱସ୍ତ ହୋଇଯାଇଛ ।
ହେଲେ କାହିିଁକି ଏ ଗର୍ବ, କ'ଣ
ପାଇଁ ଏ ଆତ୍ମବଡିମା ?
ମଣିଷର ଶ୍ରେଷ୍ଠତ୍ୱ ହାର ମାନିିିଛି ।
ଦୁଇ ହାତ ଟେକି ଦେଇ ବିଚରା
ସମ୍ପୂର୍ଣ୍ଣ ବନ୍ଦୀ ପାଲଟି ଯାଇଛି ।