ସମୁଦ୍ର
ସମୁଦ୍ର
ହେ ସମୁଦ୍ର, ଭାରି ମନେ ପଡୁଛି
ଆଜି ତୁମ କଥା,
ନୀଳ ତରଙ୍ଗମାଳାର ଅନୁପମ ଦୃଶ୍ୟ,
କେତେ ଶାନ୍ତ ଶିଷ୍ଟ ତୁମ
ବିଶାଳ ବକ୍ଷର ଜଳରାଶିି,
ତୁମର ଗାମ୍ଭିର୍ଯ୍ୟଭରା
ସୁ ସୁ ଶବ୍ଦ; ମନ ତନରେ ସୃୃଷ୍ଟି
କରେ ପୁଳକ ! ଶିିିହରିିିଉଠେ
ସାରା ଶରୀରଟା !
ହେଲେ ହେ ସମୁଦ୍ର, ତୁୁମେ ବିି
ତ ବେଳେ ବେଳେ ଉଗ୍ରରୂପ ଧାରଣ
ଧାରଣ କରିପାର । ତୁମର ସେ
ବିଶାଳ ରୂପ ଦର୍ଶନରେ ମନରେ
ଛନକା ପଶିଯାଏ,
ଧଡ ଧଡ ହୋଇଯାଏ ଛାତିଟା !
ତୁମର ଘୁୁ ଘୁ ସିିଂହନାଦ
ଗର୍ଜନ ଶୁଣି ଥରେ ଉଠେ ମେଦିିନୀ,
ଭାଙ୍ଗି ଯାଏ କୁମ୍ଭକର୍ଣ୍ଣ
ନିଦ୍ରା ମଧ୍ୟ ।
ଅସ୍ତବ୍ୟସ୍ତ ହୋଇପଡେ ସାଧାରଣ
ଜନଜୀବନ,
କେଉଁ ଅତର୍କିତ ମୁହୂର୍ତ୍ତରେ
ତୁମର ରୂପ ଯେ ଭୟଙ୍କର ହୋଇପାରେ,
ସେ କଥା ଜାଣେ ବା କିିିଏ ?
ସତରେ ତୁୁମର ସେ ବିକଟାଳ
ରୂପ ଦେଖି ସହସା ଶୂନ୍ୟ ହୋଇପଡେ
ଦେହର ଅମାପ ବଳ ଶକ୍ତି,
ଜ୍ଞାନ ବିଜ୍ଞାନର ସବୁ ଅକଳ
ଗୁଡୁମ ହୋଇଯାଏ ।
ବାକ ଶୂନ୍ୟ ପଡେ ଆଜିର ଏ ମହାନ
ବୁଦ୍ଧିମାନ ମଣିଷ ।
ଗୋଲମାଲ ହୋଇଯାଏ ତା'ର
ସବୁ ଯାନ୍ତ୍ରିକ ଶକ୍ତି !
ମାତ୍ର ହେ ସମୁଦ୍ର ଶେଷରେ
ତୁମକୁ ମିନତୀ ଜମା କ୍ରୋଧିତ ହେବନିି ।
ତୁମର ସେ ଭୟଙ୍କର ରୂପ,
ଦେଖାଇବନି ।