STORYMIRROR

Tapan Kumar Biswal

Tragedy Inspirational Thriller

4  

Tapan Kumar Biswal

Tragedy Inspirational Thriller

ପୂର୍ଣ୍ଣତା ପାଇଁ ଲୋଡ଼ା

ପୂର୍ଣ୍ଣତା ପାଇଁ ଲୋଡ଼ା

1 min
23.6K

*ପୂର୍ଣ୍ଣତା ପାଇଁ ଲୋଡ଼ା*

*****************


ନାହିଁ ତାର ଆଦି ନାହିଁ ଅନ୍ତ

ଦେଖି ନାହିଁ କେହି ତାର ମୂଳ ଆବିର୍ଭାବ

ବିଲୀନ ମଧ୍ୟ ଦେଖିବା ସହଜ ନୁହେଁ ll


ବେଳେ ବେଳେ ବାଧ୍ୟହୋଇ

ଦୂରେଇ ଯିବାକୁ ପଡେ

କିଛି କ୍ଷଣ ପାଇଁ

ପରିସ୍ଥିତିର ଚାପରେ ll


କିନ୍ତୁ ଦୂରରେ ଥାଇ ମଧ୍ୟ

ଅନୁଭବ କରିହୁଏ

ତାର ଉପସ୍ଥିତିକୁ

ତାହା ସଭିଙ୍କୁ ଜଣା ll


ବେଳେ ବେଳେ ପରିବର୍ତ୍ତନ ହୁଏ

ପରିମାଣ ଏବଂ ଗୁଣର

ହେଲେ ସମ୍ପୂର୍ଣ୍ଣ ଭାବେ ହଜିଯାଏ ନାହିଁ

ଆମ ଜୀବନରୁ 

ସବୁବେଳେ ନାଚି ଉଠେ ସ୍ମୃତି

ଆମ ମାନସ ପଟରେ ll


କେହି କେବେ ଦେଖି ନାହାଁନ୍ତି

ଏ ମାନଙ୍କୁ ସ୍ଵ ଚକ୍ଷୁରେ

କିନ୍ତୁ ସବୁବେଳେ କଥା ଉଠେ

ଏ ମାନଙ୍କର ସପକ୍ଷରେ ବିପକ୍ଷରେ ll


ସମସ୍ତଙ୍କର ଆଶା ରହିଛି

ଏ ମାନଙ୍କୁ ପାଇବା ପାଇଁ

କିନ୍ତୁ କିଛି ନଦେଇ ତୁମେ 

ଏହାକୁ ହାସଲ କରିପାରିବ ନାହିଁ ll


ହୁଏ ତ ତୁମେ କମ ଦେଲେ

ତୁମକୁ ଅଧିକ ମିଳିଯାଇପାରେ

ଏଥିରେ ଆଶ୍ଚର୍ଯ୍ୟ ହେବାର

ସମ୍ଭାବନା ହଁ ନାହିଁ ll


କିନ୍ତୁ ମନେରଖ ଯେ 

ଏଠି ଲାଞ୍ଚର କୌଣସି ସ୍ଥାନ ନାହିଁ

ଏହା ଠାରୁ ବହୁତ ଦୂରରେ ସେ

ଏବଂ ବିରୋଧୀ ମଧ୍ୟ ll


ସମସ୍ତଙ୍କର ସବୁବେଳେ

ସେମାନଙ୍କ ବିନା ଜୀବନର କୌଣସି

ପୂର୍ଣ୍ଣତା ନାହିଁ 

ଜାଣିଛ କି ତାର ନାଁ

ସେମାନେ ହେଲେ 

ସ୍ନେହ ଶ୍ରଦ୍ଧା ଓ ଭଲପାଇବା ll


ଏମାନଙ୍କ ଅନୁପାତ କମ ହେଲେ

ଗଭୀର ପ୍ରଭାବ ପକାଏ 

ଜୀବନ ଉପରେ

ଅଧିକ ହେଲ ପୁରିଉଠେ ତନୁ ମନ

ଜୀବନ ସାର୍ଥକ ଲାଗେ ll


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy