STORYMIRROR

Chittaranjan Nanda

Romance Thriller

3  

Chittaranjan Nanda

Romance Thriller

ପ୍ରେମର ସଜ୍ଞା ନିରୂପଣ, ବୃଥା

ପ୍ରେମର ସଜ୍ଞା ନିରୂପଣ, ବୃଥା

1 min
206


ପ୍ରେମ,

ଶୁଣିଛେ, 

ରାଧାର ଆତୁରତା,

ଯଶୋଦାର ଅତ୍ମୀୟତା,

ଛୁଇଁଛନ୍ତି କେତେ ଲୋକ ସଫଳତା,

ମୀରାର ମଗ୍ନତା,

ବିଦୂରର ଶାଗ ଭଜାରେ ସନ୍ତୋଷତା,

ଲଇଲା ମଜନୁର ଗଭୀରତା,

ମନ ଆକାଶର ଭାବପ୍ରବଣତା |


ପ୍ରେମର ମିଳନ ମନ୍ଦିରେ,

ନା ଅଛି ସନ୍ଦେହ,

ନା ଅବିଶ୍ୱାସ,

ସେତ ହୃଦୟର ସ୍ପନ୍ଦନ,

ଆକାଂକ୍ଷାର ଗୁଞ୍ଜରଣ,

ଏକ ତରଙ୍ଗ ଯାହା

ରସରେ ଆୟତ,

ଅଭିସାରିକାର କିଛି ମୁହୂର୍ତ୍ତରେ ବାସ୍ନାୟିତ |


ଏଇତ ଜୀବନ,

ରହିଛି ଅନେକ ସପନ,

ସପନ ପୂର୍ଣ୍ଣ ହୋଇପାରେ,

ଭାଙ୍ଗିଯାଇ ପାରେ,

ଅଶାନ୍ତିର ବୃଷ୍ଟି ହୋଇପାରେ,

ଯେହେତୁ ଇଚ୍ଛା ମାନେ କାହାର ବନ୍ଧା ନୁହଁନ୍ତି |


ପ୍ରେମ କଅଣ, 

ପ୍ରେମ କାହା ପାଇଁ,

ବିଶ୍ଳେଷଣ କରିଛେ କି କେବେ?

ଭାବିପାର ପ୍ରେମ ଅସମାପ୍ତ,

କେତେବେଳେ ଦିଏ ଶୀତଳତା,

ଅବା

ଲେଲିହାନ ଅଗ୍ନି ଶିଖା ପରି ଦହନର କୃରତା,

ତାହା ପ୍ରତ୍ୟେକ ଆତ୍ମାର ବାସ୍ନାଟିଏ,

ସଂସାର ତ୍ୟାଗ ବି ଏକ ପ୍ରେମର ନିଦର୍ଶନ,

ଅନୁରାଗ ପାଇବାକୁ ଇଶ୍ୱର ସାନ୍ନିଧ୍ୟ ଓ

ସିଦ୍ଧତା ହାସଲର ମନ,

ପ୍ରେମର ସଜ୍ଞା ନିରୂପଣ କରିବା,

ବୃଥା ହେବ ତ ଭାବିବା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance