STORYMIRROR

Tapan Dixit

Romance

3  

Tapan Dixit

Romance

ନରମ ଜାଡର ସରମୀ ସକାଳର ସୁପ୍ରଭାତ

ନରମ ଜାଡର ସରମୀ ସକାଳର ସୁପ୍ରଭାତ

1 min
14.3K


''ରାତି ସପନରେ ପଦଚିହ୍ନ ତୁମ

ଛାତିରେ ନ ହେଲା ନାହିଁ

ମାଗୁନି ତୁମକୁ ଲାଲ୍ ଗୋଲାପଟେ

ବନ୍ଧୁଟିଏ ଥାଅ ହୋଇ''

ମୋ ମନରେ ପ୍ରିୟା ଅାଙ୍କିଛ ଯେଉଁ

କାମନା କାଉଁରୀ ଛବି,

ଅୟୁତ ଆଶାକୁ ସାରଥୀ କରିଛି,

ଆଖିଏ ଭରିଛି ଆଖିଏ ସପନ,

ସେଇ ...ସପନେ ଯାଇଛି ଡୁବି,

ମନେପଡ଼ ତୁମେ 

ଗଡିଆ ପାଣିରେ 

ଜହ୍ମର ଗାଧୁଆ ବେଳେ,

ନରମ ଜାଡର ସଞ୍ଜ ନଇଁଲେ,

ଶିରି ଶିରି ଝଲକେ ଶୀତୁଆ ପବନ

ପାଖ ଦେଇ ବହିଗଲେ,

ପୁଣି ମନେପଡ଼ କାଶତଣ୍ଡି ଦେହେ

କାକର ଝରିଲା ବେଳେ 

ଅମାନିଆ ମନ ତୁମରି ସପନେ

ନାଚିଯାଏ ତାଳେ ତାଳେ..... ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

*****

🌿

💕

🌿***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance