Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Others

3  

Tapan Dixit

Others

ସୁନେଲି ସ୍ମୃତିର ଅଭୁଲା ଅତୀତ

ସୁନେଲି ସ୍ମୃତିର ଅଭୁଲା ଅତୀତ

1 min
410


ମନେ ପଡେ ସେଇ ଗାଁ ଆମ୍ବ ତୋଟା

କୋଇଲିର କୁହୁତାନ

ବଉଳ ମହକ ଚୋରା ଚଇତାଳି

ଗାଈର ସେ ହମ୍ବା ସ୍ୱନ ,

ବୁଦା ବୁଦା ସାଦା ସାଦା କାଶତଣ୍ଡୀ

ନଈ ପଠା ବାଲି କୁଦ

ସଞ୍ଜ ବେଳ ଖେଳ ଖୋଲା ଆକାଶର

ସଞ୍ଜୁଆ ଭସା ବଉଦ ,

ଶ୍ରବଣ ମାସର ଝିପି ବରଷାରେ

ଗାଁ ଦାଣ୍ଡେ ଭିଜି ଭିଜି

ଭସାଇ ଥିବା ସେ କାଗଜର ଡଙ୍ଗା

ସୁଅ ଧାରେ ଧାରେ ଖୋଜି ,

ଗହୀର ହିଡରେ ଗଳିଆ ଫିଟାଇ

ମୁଗୁରା ଖଇଁଚି ନେଇ

ମାଛ ଧରିବାର ସେ ଯେଉଁ ନିଆରା

ମଜା ଆଜି ଆଉ କାହିଁ ?

ସ୍ମୃତି ପଡି ଅଛି ବାସ୍ତବ ହଜିଛି

ଅତୀତର ସେଇ ପଥେ

ବୟସ ନେଇଛି ଆୟୁଷ ଭସାଇ

ସମୟ ସୁଅର ସାଥେ ,

କେତେ ଯେ ମଦିର କେତେ ଯେ ମଧୁର

କିଏ ବା ପାରିବ ଭୁଲି ?

ସୁନେଲି ସ୍ମୃତିର ଅଭୁଲା ଅତୀତ

ଯିଏ ଯାଇ ଅଛି ଚାଲି .. ....... ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


Rate this content
Log in