Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Romance Abstract Others

3  

gouranga charan beura

Romance Abstract Others

ଉପନୟନୀ

ଉପନୟନୀ

1 min
6.7K


ଉପମାରେ ତୁମେ ନିତ୍ୟ ଅନୁପମା

ଉପମା ଅନିଢ୍ୟ ରମା,

ଉପମାରେ ତୁମେ ସରଗ ରସିକା,

ଉପମାର ରାଜଜେମା ॥

ଉପମାରେ ତୁମେ ସାଗର କନିଆଁ

ଉପମା ଖଚିତ ରାଧା,

ଉପମାରେ ଧୈାତ ଶୁଭ୍ର ରାଜହଂସୀ

ଉପମିତ ପ୍ରେମସୁଧା ॥

ଉପମା ବଳୟେ ତୁମେ ସଜଫୁଲ

ଉପମା କାନ୍ତି ଭୂଷିତା,

ଉପମା କବଚେ ଉପମିତ ତୁମେ

ଉପମାରେ ସିନ୍ଧୁସୂତା ॥

ଉପମାର ଚିର ଯୈାବନ ଭଣ୍ତାର

ଉପମାନେ ସନ୍ଧ୍ୟା ତାରା,

ଉପମାଭୂଷିତା ପ୍ରେମ ମନ୍ଦାକିନୀ

ଉପମା ଲୋଟଣି ପାରା ॥

ଉପମା ଶେଯରେ ବିକ୍ଷିପ୍ତ ତାରକା

ଉପମା କାମ ରମଣୀ,

ଉପମାନେ ବିନ୍ଧ ନିତି କାମଶର

ଉପମିତ ସେ ବିନ୍ଧାଣୀ ॥

ଉପମା ଭରିଛ ଉପମାନ ବକ୍ଷେ,

ଉପମା ରଂଜିତ ହିଆ,

ଉପମାନ ଉପମିତ ନିଳୟରେ

ଉପମା ବେଷ୍ଟିତ ନିଆଁ ॥

ଉପମାନ ପ୍ରୀତି ସିନ୍ଦୁକ ଗହ୍ୱରେ

ଉପମା ପିଆଲା ଭରି,

ଉପମାର ତପ୍ତ ପୀରତି ମଧୁରେ

ଉପମିତ ଗୋ ଭ୍ରମରୀ ॥

ଉପମାର ତୁମେ ମୋ ମନର ରମ୍ଭା

ଉପମାନେ ପ୍ରୀତି ପରି,

ଉପମା ମଣ୍ତଳେ ତୁମେ ଧୃବତାରା

ଉପମିତ ଗୋ ସୁନ୍ଦରୀ ॥

-------ଗୈାରାଂଗ ଚରଣ ବେଉରା-------

-----ଶିକ୍ଷକ,କୁଲିଆମାଲ ଉଚ୍ଚ ବିଦ୍ୟାଳୟ------


Rate this content
Log in

Similar oriya poem from Romance