STORYMIRROR

Gouranga Charan Beura

Romance

4  

Gouranga Charan Beura

Romance

ପୁଷ୍ପମଂଜରୀ

ପୁଷ୍ପମଂଜରୀ

1 min
362


ଶୋଭା ଉପବନେ   ହସୁଛ ମଉନେ

    ପୁଷ୍ପମଂଜରୀ ନାମରେ,

ବାଳ ଇନ୍ଦୁ ପରି     ତବ ରୂପ ଶିରୀ

    ଉପମା ତନୁ ନିଖାରେ ।


କୁଂଜ ବନ ତୁମ     ଶ୍ରୀମୁଖ ବଦନ

     ଶରଦ ଆକାଶେ ଶଶୀ,

ମେଘର ମହ୍ଲାର    ଆକୁଂଚନ ଗଭା

     ଦିବାକୁ ସଜାଏ ନିଶି ।


କବରୀରେ ନାଚେ   ଷୋଡଶ ପଦୁଅଁ

     ନୟନ ପିରତୀ ଛିଟା,

ଭୃଲତା ନିନ୍ଦଇ    ବଂକିମ ଭାନୁରେ

    ଯେହ୍ନେ ସେ ଜୁଆର ଭଟ୍ଟା ।


ପ୍ରିତି କାଦମ୍ବରୀ     ସାଗର ଲହରୀ

     ତନୁରେ ବହେ ଉଜାଣି,

କେଉଁ ତୂଳିକାରେ    ଗଢିଛି ବିଧାତା

     ପ୍ରୀତିକୁଂଜେ ରାଧାରାଣୀ ।


ରୂପ ମାଧୁରୀରେ    ମଳୟ ଗାଉଛି

     ପୀରତି ଭରା ରାଗିଣୀ,

ଭାଷା କମଳରେ    ବହେ ମଧୁଝର

     ସୈାନ୍ଦର୍ଯ୍ୟର ରୂପରାଣୀ ।


ଚାଲିରେ ଝରଇ     କୁସୁମ କାଂକଣି

     ଗ୍ରୀବା ସୁଢଳ ତରଂଗ,

ଉରୁରେ ନାଚଇ    ଯମୁନାର ଢେଉ

     ଆରକ୍ତ କଟୀର ଭାଂଗ ।


ବାଳ ସୂରୁଜର    ଆଭା ନାଚେ ତବ

    କୋମଳ ଲଲାଟ ଶେଯେ,

ସୀମନ୍ତେ ସିନ୍ଦୁର     ପତିବ୍ରତା ଗାର

    ପ୍ରୀତି ଅର୍ଘ୍ୟଥାଳି ଖୋଜେ ।


ମନ ନଉକାରେ     ରୂପସୀ ରାଧିକା

     ପ୍ରେମ ଘାଟର ମାନସୀ,

ରୂପ ରାଇଜର      ରୂପନ୍ତିକା ତୁମେ

     ଭାବନାର ମଦାଳସୀ ।


Rate this content
Log in

Similar oriya poem from Romance