Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJANIKANT CHOUDHURY

Romance

4  

RAJANIKANT CHOUDHURY

Romance

ସ୍ମୃତି ତୁମେ

ସ୍ମୃତି ତୁମେ

1 min
251


ସ୍ମୃତି ତୁମେ କେବେ ଆସ ସନ୍ଧ୍ୟାରେ ତ

  ପୁଣି ଏକାନ୍ତରେ,

ପୁଣି ଆସ ଅନେକ ଭାବନା ରେ ତ

  ପୁଣି ଆତ୍ମା ରେ,।।

ସ୍ମୃତି ତୁମେ କେବେ ଆସ ଜହ୍ନ ଆଲୁଅରେ ତ

  ପୁଣି କଳ୍ପନା ରେ,

 ପୁଣି ଆସ ନିର୍ଜନ ରଜନୀ ରେ ତ

 ପୁଣି ସପନ ରେ,,।।

ସ୍ମୃତି ତୁମେ କେବେ ଆସ ସୂର୍ଯ୍ୟ ଉଦୟ ରେ ତ

  ପୁଣି ସୂର୍ଯ୍ୟାସ୍ତ ରେ,

ପୁଣି ଆସ ମୃଦୁ ମଳୟ ରେ ତ

  ପୁଣି ଶିଶିର ରେ,।।

ସ୍ମୃତି ତୁମେ କେବେ ଆସ ଅମଡ଼ା ବାଟ ରେ ତ

   ପୁଣି ରାସ୍ତା ରେ,

 ପୁଣି ଆସ ମଧୁ ମାଳତୀ ରେ ତ

    ପୁଣି ଗଙ୍ଗ ଶିଉଳୀ ରେ ।।


Rate this content
Log in

Similar oriya poem from Romance