STORYMIRROR

RAJANIKANT CHOUDHURY

Tragedy

4  

RAJANIKANT CHOUDHURY

Tragedy

**ଶ୍ରୀମୁଖ** ରଜନୀକାନ୍ତ ଚୌଧୁରୀ

**ଶ୍ରୀମୁଖ** ରଜନୀକାନ୍ତ ଚୌଧୁରୀ

1 min
258

ଦୁଃଖ ନେଇ ଶୁଖ ଦେଲ ଆଜି 
ଭୁଲିକି ପାରିବ ମନ,,
ପାପକୁ ଆଜି ପୂଣ୍ୟ କରିଲ 
ଲୋଡା ନାହିଁ ଆଉ ଧନ,।।
ଶେଷ ଦିନକୁ ରହିଛି ଚାହିଁ 
ଜଳିବ କେବେ ମୋ ଜୁଇ ,,
ଇଚ୍ଛା ନାହିଁ ବଞ୍ଚି ରହିବାକୁ 
ଜୀବନଟା ଦୁଃଖ ନଈ,।।
ନୀଳାଚଳ ଧାମେ ବସିଅଛ 
କେତେ ଯେ ଭାବ ଲଗାଇ,,
ପତିତ ଜଣଙ୍କୁ ଉଦ୍ଧାର କର 
ନିର୍ମାଲ୍ୟ ତୁଣ୍ଡରେ ଦେଇ,।।
ଆନନ୍ଦ ମିଳେ ଦେଖି ଶ୍ରୀମୁଖ 
କେତେ କରୁଣା କରୁଛ,,
ବସିଛ ତୁମେ ବାହୁ ମେଲାଇ 
ସଦା ପାଖକୁ ଟାଣୁଛ,।।
ଏତିକି ମିନତି ତୁମ ପାଦେ 
ଛାଡ଼ିବନି ମୋର ହାତ,,
ଚାହୁଁ ନାହିଁ ଆଉ ପୁନର୍ଜନ୍ମ 
ମୁକ୍ତିପାଉ ମୋର ଚିତ୍ତ,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy