STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

*ବ୍ୟଭିଚାର* ରଜନୀକାନ୍ତ ଚୌଧୁରୀ

*ବ୍ୟଭିଚାର* ରଜନୀକାନ୍ତ ଚୌଧୁରୀ

1 min
151

ଶୂନ୍ୟତା ଲାଗେ ଆଜି ମନ ଅରଣ୍ୟ 
ଯନ୍ତ୍ରଣା ଭରା କରୁଣ କାହାଣୀ,
ପୂର୍ଣ୍ଣତା ନାହିଁ ଆଜି ମନ ମନ୍ଦିର 
ଚାରିଆଡେ ଖାଲି ଦୁଃଖର ବାଣୀ,।।
କ୍ରୁରତା ଆଜି ବ୍ୟାପି ଯାଇଛି ମନେ 
ଖାଲି ପଡ଼ିଛି ଯେ ମାନବିକତା,
ଯେତେ ଚାହିଁଲେ ବି ହୁଏନା ସଜାଡି 
ସବୁଆଡେ ଖାଲି ଅରାଜକତା,।।
ବଦଳି ଗଲାଣି ମଣିଷ ଭାବନା 
ବ୍ୟଭିଚାରରେ ଏ ସଂସାର ଆଜି,
ନିତି କାନ୍ଦୁଛି ଏ ସରଳ ହୃଦୟ 
ବିନା ଡଙ୍ଗାରେ ଯେ କାନ୍ଦୁଛି ମାଝୀ,।।
ସଂସାର ରଥ ଆଜି ଯାଇଛି ରହି 
ଭାଙ୍ଗିଗଲା ଯେବେ ପ୍ରେମର ଚକ,
ଦୟା କ୍ଷମା ଆଜି ହଜି ଯେ ଯାଇଛି 
ଲଭିବାକୁ ପଡେ ସ୍ୱାର୍ଥର ଭୋକ,।।
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy