*ବ୍ୟଭିଚାର* ରଜନୀକାନ୍ତ ଚୌଧୁରୀ
*ବ୍ୟଭିଚାର* ରଜନୀକାନ୍ତ ଚୌଧୁରୀ
ଶୂନ୍ୟତା ଲାଗେ ଆଜି ମନ ଅରଣ୍ୟ
ଯନ୍ତ୍ରଣା ଭରା କରୁଣ କାହାଣୀ,
ପୂର୍ଣ୍ଣତା ନାହିଁ ଆଜି ମନ ମନ୍ଦିର
ଚାରିଆଡେ ଖାଲି ଦୁଃଖର ବାଣୀ,।।
କ୍ରୁରତା ଆଜି ବ୍ୟାପି ଯାଇଛି ମନେ
ଖାଲି ପଡ଼ିଛି ଯେ ମାନବିକତା,
ଯେତେ ଚାହିଁଲେ ବି ହୁଏନା ସଜାଡି
ସବୁଆଡେ ଖାଲି ଅରାଜକତା,।।
ବଦଳି ଗଲାଣି ମଣିଷ ଭାବନା
ବ୍ୟଭିଚାରରେ ଏ ସଂସାର ଆଜି,
ନିତି କାନ୍ଦୁଛି ଏ ସରଳ ହୃଦୟ
ବିନା ଡଙ୍ଗାରେ ଯେ କାନ୍ଦୁଛି ମାଝୀ,।।
ସଂସାର ରଥ ଆଜି ଯାଇଛି ରହି
ଭାଙ୍ଗିଗଲା ଯେବେ ପ୍ରେମର ଚକ,
ଦୟା କ୍ଷମା ଆଜି ହଜି ଯେ ଯାଇଛି
ଲଭିବାକୁ ପଡେ ସ୍ୱାର୍ଥର ଭୋକ,।।
