ଫଗୁବୋଳା ଚଇତି
ଫଗୁବୋଳା ଚଇତି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଚଇତିରାଣୀର ଚିତାପକା ଠାଣି
ତା ସହ ଚିବୁକେ ଫୁଲ,
ଫଗୁବୋଳା ଦେହେ ଉଷୁମ ପୀରତି
ସମ୍ମୋହନେ କରେ ଗେଲ ।
ବିଦାୟୀ ଫଗୁଣ ଦେଖୁଛି ମେଲଣ
ରାଧାକୃଷ୍ଣ ପ୍ରେମ ଲୀଳା,
ମନ ଖମାରକୁ ପ୍ରୀତି ବୋଳା ଢାଲ
ମଳୟେ କରେ ଚଂଚଳା ।
ମଳୟେ ମହକେ ସାତରଂଗୀ ଫଗୁ
ପ୍ରେମ ସାହାନାଇ ଗାଇ,
ଫଗୁବୋଳା ପ୍ରୀତି ଗାଉଛି ଚଇତି
କସି ଆମ୍ର କୁଂଜେ ରହି ।
କଅଁଳ ଖରାରେ ଲ
ାଜବତୀ ସାଜି
ପଳାସ ଓଢଣୀ ତଳେ,
ଘୁମୁରି ଘୁମୁରି ପ୍ରୀତି ରାଗିଣୀରେ
ମୁରୁକି ମୁରୁକି ଚଳେ ।
ଉଷୁମ ପୀରତି ବୁକୁତଳ ତାତି
ସଂଜ ଆଳତିରେ ଚାପି,
ବାଂକ ଚାହାଣୀରେ କାମଶର ମାରି
ବସେ ପ୍ରେମ ମାଳା ଜପି ।
ଲାଜୁଆ ଲାଜୁଆ କେତେ ମନ କୁହା
ଫଗୁରେ ସେ ଦିଆନିଆ,
ପ୍ରେମ ନିକେତନେ ସପନ ଆସର
ରଂଗ ସାଜିଥାଏ ନିଆଁ ।