STORYMIRROR

Ashok Kumar Nayak

Romance

4  

Ashok Kumar Nayak

Romance

ବିବାହ

ବିବାହ

1 min
221


ବିବାହ ଅଟଇ ସ୍ମୃତି ର ପ୍ରତୀକ

ପ୍ରେମ ର ସୌହାର୍ଦ୍ଦ୍ୟ ପର୍ବ,

ଦାମ୍ପତ୍ୟ ପ୍ରକୃତି ଅରଜଇ ଖ୍ୟାତି

ନିଆରା ଏ ଅନୁଭବ l


ବିବାହ ଅଟଇ ପବିତ୍ର ବନ୍ଧନ

ପ୍ରେମ ସମର୍ପଣ ବ୍ରତ,

ସ୍ନେହ ମମତା ର ପଣତ କାନିରେ

ବନ୍ଧନେ ସଦା ପ୍ରସ୍ତୁତ l


ଦୁଇଟି ମନର ଅଟଇ ବିବାହ

ଶାଶ୍ୱତ ପ୍ରେମ ବନ୍ଧନ,

ମାତା ପିତା ଗୁରୁଜନେ ଆଶୀର୍ବାଦେ

ବିବାହ ଜୀବନ ଧନ୍ୟ l


ମାନବ ସଭ୍ୟତା କାହିଁ କେଉଁ କାଳୁ

ବିବାହେ ସମ୍ପର୍କେ ବନ୍ଧା,

ପୁଅ ପାଇଁ ଝିଅ ,ଝିଅ ପାଇଁ ପୁଅ

ସମାଜ ର ସୁବ୍ୟବସ୍ଥା l


ପୁଅ ଏକୋଇଶି ଝିଅକୁ ଅଠର

ବୟସ ବିବାହ ଯୋଗ୍ୟ,

ବୟସେ ବିବାହ ତା' ଠାରୁ କମ୍

ଦଣ୍ଡ ବିଧାନ ଅବଶ୍ୟ l


ସମ୍ପର୍କ ର ସେତୁ ଦୁଇ ପରିବାର

ବିବାହ ପାଇଁ କି ପଡ଼େ,

ବିପଦ ଆପଦେ ସେଇ ସେତୁ ପରେ

ସାହା ଜଣେ ଅପର ରେ l


ବହନ କ

୍ଷମତା ପୁଅଟିଏ ଯେବେ

ଜୀବନେ ହାସଲ କରେ,

ବିବାହ ପାଇଁ କି ପିତାମାତା ତା'ର

ବ୍ୟସ୍ତ କନ୍ୟା ଖୋଜିବାରେ l


ଖୁସିରେ ବିତଇ ବିବାହ ଜୀବନ

ବିଶ୍ୱାସ ହୋଇଲେ ଦୃଢ଼,

ବିବାହ ଜୀବନ ସେହି ବିଶ୍ୱାସ ରେ

ସୁଖ ଶାନ୍ତିରେ ସମୃଦ୍ଧ l


ସୁଖ ବାଣ୍ଟୁଥିବା ଦୁଃଖ ବୁଝୁଥିବା

ସାଥୀଟିଏ ଚାହେଁ ମନ,

ଆମ ସମାଜରେ ସେଥିପାଇଁ ବୋଧେ

ବିବାହ ର ଆୟୋଜନ l


ବିବାହ ଅଟଇ ମନର ମିଳନ

ସମ୍ପର୍କ ସେ ହୃଦୟର,

ପତି ପତ୍ନୀ ଦୁହେଁ ସାତ ଜନ୍ମ ପାଇଁ

ହୋଇଥାନ୍ତି ଆପଣାର l


ପତିଙ୍କ ପାଖରେ ସବୁ କିଛି ଛାଡ଼ି

ପତ୍ନୀ ହୁଏ ସମର୍ପିତ,

ହାତେ ଶଙ୍ଖା ପିନ୍ଧି ସିନ୍ଥି ରେ ସିନ୍ଦୁର

ପାଳେ ସିଏ ପତିବ୍ରତା l


ପରିପୂର୍ଣ୍ଣ ହୁଏ ବିବାହ ବନ୍ଧନ

ଆଶା ଯେତେ ମନୁଷ୍ୟ ର,

ଗୁନ୍ଥି ହୋଇସାରି ସମ୍ପର୍କ ଡୋରିରେ

ଖୁସି ହୁଏ ପରିବାର l



Rate this content
Log in

Similar oriya poem from Romance