ସ୍ବପ୍ନ
ସ୍ବପ୍ନ


ଜୀବନେ ଆସଇ ସବୁବେଳେ ସ୍ବପ୍ନ
ତା' ବିନା ଲାଗେ ଅନ୍ଧାର,
ସ୍ବପ୍ନ ଯେତେବେଳେ ସତ୍ୟ ହୋଇଥାଏ
ମିଳେ ଆନନ୍ଦ ଅପାର l
ସ୍ବପ୍ନ ଆଣିଦିଏ ଉଡ଼ିବାର ଇଛା
ସତେ ମାୟା ମରୀଚିକା,
ଆଗରେ ପଛରେ କେହି ତ ନ ଥାଏ
ଡାକୁଥାଏ ସେ କି ଏକା ?
ସ୍ବପ୍ନ ସୃଷ୍ଟି ମନେ ବିରାଟ କଳ୍ପନା
ଇନ୍ଦ୍ରମହଲ ବନାଏ,
ଅନୁଭବେ ସଂସ୍କାରିଣ ମନୋଭାବ
ହୃଦେ ସିକ୍ତତା ନଚାଏ l
ମଣିଷ ଜୀବନ କେତେ ସ୍ବପ୍ନ ଦେଖେ
ସ୍ବପ୍ନ ରହିଯାଏ ସ୍ୱପ୍ନରେ,
ସ୍ବପ୍ନର ଦିଗରେ କର୍ମ ଆଚରିଲେ
ସ୍ବପ୍ନ ସାକାର ହେବରେ l
ସ୍ବପ୍ନ ଆଣେ ସବୁ ଭଲମନ୍ଦ କଥା
ଜୀବନ ସଉଦା ହାଟରେ,
ଲାଭ କ୍ଷତି ଜାଣି କର୍ମ ନ କରିଲେ
ସ୍ବପ୍ନ ରହିବ ସ୍ୱପ୍ନରେ l
ସ୍ବପ୍ନ ଦେଖନ୍ତି ତ ପ୍ରତିଟି ମଣିଷ
ଉଚ୍ଚାସନେ ଯିବା ପାଇଁ,
ବିଧିର ବିଧାନ କପାଳ ଲିଖନ
ସ୍ଵକର୍ମେ ଲେଖଇ ତହିଁ l