ସ୍ୱାଧୀନତା
ସ୍ୱାଧୀନତା


ଭାରତମୁକ୍ତ ଆମ ଦେଶ ସ୍ୱାଧୀନ
ଗାଏ ଭାରତର ଜୟ
ସତ୍ୟ ଓ ଅହିଂସା ଅସ୍ତ୍ର ଆଣିଦିଏ
ଭାରତ ଦେଶ ବିଜୟ l
ଲହରିତ ପଡ଼େ ତ୍ରିରଙ୍ଗା ପତାକା
ନୀଳ ଆକାଶ ଛାତିରେ
ଜାତୀୟ ସଙ୍ଗୀତେ ସ୍ୱାଧୀନତା ମାନ
ଭେଦଭାବ ହିଁ ଭୁଲିରେ l
ଦେଶପ୍ରେମ ଭାବ ଜାଗ୍ରତେ ଚେଇଁଲେ
ମୋ ପ୍ରିୟ ଭାରତବାସୀ
ସ୍ୱାଧୀନତା ଦିବସେ ଝୁମନ୍ତି ସେମାନେ
ହୃଦେ ହୃଦେ ଧରି ଖୁସି l
ମଥାନତେ ଦୁଷ୍ଟ ଗୋରା ସରକାର
ଆମ ଦେଶ ହିଁ ସ୍ୱାଧୀନ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆଜି
ଭାରତେ ଐକ୍ୟ ମହାନ l
ଛାଡ଼ିଗଲେ ଦେଶକୁ ଇଂରେଜ ଜାତି
ହୋଇ ପରା ଭୟଭୀତ
ସ୍ୱାଧୀନତା ସଂଗ୍ରାମ ଜୟ ଜୟ ଧ୍ୱନି
ସ୍ୱାଧୀନ ଦିବସ ନେତ ଜାତି l
ଚିର ଶାଶ୍ୱତ ହିଁ ସବୁଜ ସୁନ୍ଦର
ଆମ ଏ ଭାରତ ଭୂଇଁ
ଭିନ୍ନତା ଏଇଠି ଛିନ୍ନ ହୋଇଅଛି
ଆମ ସ୍ୱାଧୀନତା ପାଇଁ l
ଗାନ୍ଧୀ ଜବାହର ନେତାଜୀ ରାଜେନ୍ଦ୍ର
ଜନ
ସହଯୋଗ ନେଇ
ବିଦେଶୀ ଶାସନ ହଟାଇଲେ ଦେଶୁ
ଆମ ସ୍ୱାଧୀନତା ପାଇଁ l
ପାଇଥିଲା ସତ ସ୍ୱାଧୀନତା ଏଠି
ମହତ ଉଦ୍ଦେଶ୍ୟ ନେଇ
ଧର୍ଷିତ ହୁଅଇ ନାରୀଟିଏ ଆଜି
କୁତ୍ସିତ ମଣିଷ ପାଇଁ l
ପ୍ରକୃତ ମହତ ସ୍ୱାଧୀନତା ଇଏ
ଆଜି ବୁଝିବ କି ଛାର ନର
ଏକାକୀ ଅବନା ନାରୀଟିଏ ଆଜି
ତା' ପଥେ ହେବ କି ପାର l
ପ୍ରଶ୍ନବାଚୀ ଆଜି ସ୍ୱାଧୀନତା ଏଠି
ବିତିଛି ଏ ବହୁ ବରଷ
ଶାସନ ହୋଇଛି ଶୋଷଣର ଵଶ
ଲେଖି ନୂଆ ଇତିହାସ l
ଆମ ଦେଶ ଜାତି ଗର୍ବ ଗୌରବର
ଏ ସ୍ୱାଧୀନତା ଦିବସ
ଭାରତ ବର୍ଷର ଜାତୀୟ ଉତ୍ସବ
ଖୁସିରେ ପାଳିବା ଆସ l
ସ୍ୱାଧୀନତା ଜନ୍ମଗତ ଅଧିକାର
କେହି କରିବେନି ଦୂର
ସ୍ୱାଧୀନତା ଜାତି ଅମୂଲ୍ୟ ସମ୍ପଦ
ପାଳନେ ସୁରକ୍ଷା ତାର l
ଦେଶ ସ୍ୱାଧୀନତା ବଜାୟ ରଖିବା
ଅଟେ ସଭିଙ୍କ କର୍ତ୍ତବ୍ୟ
ଦେଶ ଅଖଣ୍ଡତା ବିଭିନ୍ନତା ମଧ୍ୟେ
ଏକତା ରାଷ୍ଟ୍ର ସମ୍ଭାବ୍ୟ l