ପୁରାଣ
ପୁରାଣ


ପୁରାଣ ପୁରୁଣା ଶାସ୍ତ୍ରଟିଏ ସିଏ
ଦେବାଦେବୀ ମୁନି ଗାଥା,
ଜୀବନୀ ଘଟଣା ଚକ୍ରରେ ବର୍ଣ୍ଣରେ
ଉପଦେଶ ସାରକଥା l
ବ୍ୟାସଦେବକୃତ ପରମ ପବିତ୍ର
ବେଦ ପୁରାଣ ହୋଇଲା,
ଅଠର ଖଣ୍ଡରେ ଗଳ୍ପ ମାଧ୍ୟମରେ
ଜଗତ ଜନ ମୋହିଲା l
କର୍ମ ପୁରାଣରେ ମନ୍ଦର ଧାରଣ
ଅଗ୍ନିରେ ବଂଶାନୁ ଚରିତ,
ନାରଦ ପୁରାଣେ ଶ୍ରୀବିଷ୍ଣୁ ମହିମା
ପଦ୍ମେ ସୃଷ୍ଟି ହିଁ ଅତୀତ l
ସ୍କନ୍ଦ ପୁରାଣରେ ବିଷ୍ଣୁ ପୁରାଣରେ
ଶିବ ମହିମା ପ୍ରକଟ,
ଭାଗବତ ଆଉ ଭବିଷ୍ୟ ପୁରାଣେ
ଆଧ୍ୟାତ୍ମିକ ଜ୍ଞାନ ଭେଟ l
ଦଶଗୁଣ ବହି ଶ୍ରୀମଦ୍ଭାଗବତ
ମହାପୁରାଣର ବାଖ୍ୟା,
ବ୍ରହ୍ମସୂତ୍ର ଏ ସରଳୀକୃତ
ବ୍ୟାସ ଦିବ୍ୟ କଳା ଶିକ୍ଷା l