ପାହାଡିକନ୍ୟା
ପାହାଡିକନ୍ୟା


ପାହାଡ କୋଳରୁ ପାଦ ଥାପି ଧିରେ
ନବ ବଧୂ ରୂପ ଧରି,
ସ୍ୱଛ ଜଳ ଧାରେ ଆସେ ଧରାପରେ
ଅଂକାବଂକା ପଥଚାରୀ ॥
ଦେବଦାସୀ ସାଜି ବନ୍ଧୁର ଶିଳାରେ
ବନ୍ଦାଇ ଧରଣୀ ବକ୍ଷ,
ସ୍ରୋତସ୍ୱିନୀ ସାଜି ଘଂଚ ବନାନୀରେ
ଧରେ ଜୀବନର ଅକ୍ଷ ॥
ମୃଗୁଣୀ ଶାବକ ତରଂଗେ ନଚାଇ
ଉପମା ରାଣୀ ଜଗତେ,
ବିମୋହନ ତାର ସୈାନ୍ଦର୍ଯ୍ୟ ସମ୍ଭାର
ସାଗରେ ମିଶିବା ହିତେ ॥
ବିପଣୀ ମାଳାରେ ବିଜନ ଖଳାରେ
ତଟେ ରଚି ବୃନ୍ଦାବନ,
ଧରଣୀ ମାଆର ଗ
ଳାହାର ସାଜି
ମଂଜୁଳ କରେ ଭୂବନ ॥
କଳକଳ ନାଦେ ଗିରୀବନ ପଦେ
ବଜାଇ ଶଂଖ ମହୁରି,
ଓଦା ସରସର କୁଆଁରୀ ଟେ ସାଜି
ରୂପ ରଚେ ଅସୁମାରୀ ॥
ଶଇଳ ନନ୍ଦିନୀ ଚିତ୍ତ ବିନୋଦିନି
ପ୍ରକୃତିର ରାଜଜେମା,
ଉପମା ଜଗତେ ମର୍ତ୍ତ୍ୟପୁର ରମ୍ଭା
ଆଭୁଷଣେ ସେ ଲଳନା ॥
କୁମାରୀ ରୂପରେ ଜନମ ନେଇଣ
ମିଶିଯାଏ ପାରାବାରେ,
ପଶୁ ପକ୍ଷୀ ଜୀବେ ଦୟାଭାବ ବହି
ଯଶ ରଖେ ଅବନୀରେ ॥